ଟେଲିଭିଜନ ସୋକୁ ମାଙ୍କଡ଼ ଧରି ଯାଇ ହଟହଟା ହେଲେ ୟୁଟ୍ୟୁବର - ଟେଲିଭିଜନ ସୋକୁ ମାଙ୍କଡ଼ ଧରି ଯାଇ ହଟହଟା
🎬 Watch Now: Feature Video
ଯାଜପୁର: ଟେଲିଭିଜନ ସୋକୁ ମାଙ୍କଡ଼ ଧରି ଯାଇ ବନ୍ୟ ପ୍ରାଣୀ ଆଇନର ଜାଲରେ ଛନ୍ଦି ହେଲେ ୟୁଟ୍ୟୁବର ମୋନାଲିସା ଭଦ୍ର। ଯାଜପୁର ଜହଳ ଗାଁର ମୋନାଲିସା ଭଦ୍ର ନିକଟରେ ଏକ ଘରୋଇ ଟେଲିଭିଜନ ସୋକୁ ଏକ ମାଙ୍କଡ଼ ଧରି ଯାଇଥିଲେ। ଏହା ଆଇନର ଉଲଂଘନ ହେଉଥିବା ଅଭିଯୋଗ କରି ରାଜ୍ୟ ବନ୍ୟ ପ୍ରାଣୀ ସାମାଜିକ ସଂସ୍ଥାର ସଦସ୍ୟ ବିଶ୍ୱଜିତ ପ୍ରଧାନ ରାଜ୍ୟ ବନବିଭାଗ ନିକଟରେ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ। ତେବେ ଏନେଇ ରାଜ୍ୟ ବନ ବିଭାଗ ପକ୍ଷରୁ ମୋନାଲିସାଙ୍କୁ ହାଜିର ହେବାକୁ ନୋଟିସ ଦିଆଯିବା ପରେ ମୋନାଲିଶା ଓ ତାଙ୍କ ସ୍ୱାମୀ ଯାଜପୁର ରୋଡ ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନିକଟରେ ହାଜର ହେଇ ନିଜର ପକ୍ଷ ରଖିଛନ୍ତି। ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST