ଖୋଲା ଆକାଶରେ ଉଡି ବଗିଚାରେ ପଡିଲା କାର, ଭିଡ଼ିଓ ଭାଇରାଲ - ତାମିଲନାଡୁ କାର ଭାଇରାଲ ଭିଡ଼ିଓ
🎬 Watch Now: Feature Video

ଚେନ୍ନାଇ: ସବୁ କିଛି ସ୍ବାଭାବିକ ଥିଲା । ହେଲେ ହଠାତ ଘଟିଲା ଆଚମ୍ବିତ କଲା ପରି ଘଟଣା । ଚା' ବଗିଚାରେ କାମ କରୁଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଖୋଲା ଆକାଶରେ ଉଡୁଥିଲା କାର । ଆଉ ହଠାତ୍ ଚା' ବଗିଚା ମଧ୍ୟରେ ଜୋର ଶବ୍ଦ କରି ଖସିପଡିଲା । ଆଉ ଭୟଙ୍କର ଶବ୍ଦ ଶୁଣି ଭୟଭୀତ ଅବସ୍ଥାରେ ଏଣେତେଣେ ଦୌଡି ପଳାଇଲେ କର୍ମଚାରୀ । କୌଣସି ଅଘଟଣ ଘଟିବା ସମ୍ପର୍କରେ ଟାହି ଟାପରା ଆରମ୍ଭ ହେବା ବେଳକୁ ପ୍ରକୃତ କଥା ଜଣାପଡ଼ିଲା । ବାସ୍ତବରେ କୋରୋନା ମହାମାରୀର ସ୍ଥିତି ସୁଧୁରିବା ପରେ ନିଲଗିରିସରେ ଆରମ୍ଭ ହୋଇଛି ଫିଲ୍ମ ସୁଟିଂ । ଏହି ଘଟଣାଟି ଫିଲ୍ମ ସୁଟିଂ ସମୟର ଥିଲା । ଲୋକପ୍ରିୟ ସାଉଥ କଳାକାର ନାଗାର୍ଜୁନ ଥିବା ତେଲୁଗୁ ଫିଲ୍ମଟି ଏହି ଟି ଗାର୍ଡେନରେ ସୁଟିଂ ହେଉଥିଲା । ଦେଖନ୍ତୁ ଏହି ରୋମାଞ୍ଚପୂର୍ଣ୍ଣ ଭିଡ଼ିଓ
Last Updated : Feb 3, 2023, 8:22 PM IST