thumbnail

Municipal Election: ମତଦାନକୁ ନେଇ ଭୋଟର ଉତ୍ସାହିତ

By

Published : Mar 24, 2022, 6:09 PM IST

Updated : Feb 3, 2023, 8:20 PM IST

ରାଇରଙ୍ଗପୁର: ରାଜ୍ୟରେ ଚାଲିଛି ପୌର ନିର୍ବାଚନ ପାଇଁ ମତଦାନ । ଭୋଟର ମତ ସାବ୍ୟସ୍ତ କରି ବାଛିବେ ନିଜର ଉଚିତ୍‌ ପ୍ରତିନିଧି । ତେବେ ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ରାଇରଙ୍ଗପୁରରେ ମଧ୍ୟ ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୮ରୁ ଶାନ୍ତି ଶୃଙ୍ଖଳାର ସହ ରାଇରଙ୍ଗପୁର ପୌର ପାଳିକାର ୧୫ଟି ୱାର୍ଡର ଲୋକେ ୨୨ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ଟି ପିଙ୍କ ବୁଥ ଓ ୩ଟି ମଡେଲ ବୁଥ କରାଯାଇଛି । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ତେବେ ୧୮,୯୪୧ ଜଣ ଭୋଟର ୫ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୪୬ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଅନ୍ୟପଟେ ରାଇରଙ୍ଗପୁରରେ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସଞ୍ଜୟ କୁମାର ପରିଡା ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.