Vote counting: ମାଓପ୍ରବଣ ଜିଲ୍ଲାରେ ବିଜେଡି ଆଗୁଆ, ପଟାଙ୍ଗିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

By

Published : Feb 27, 2022, 8:24 AM IST

Updated : Feb 3, 2023, 8:17 PM IST

thumbnail
କୋରାପୁଟ/ରାୟଗଡା/ ମାଲକାନଗିରି/ନବରଙ୍ଗପୁର: ମାଓ ଅଧ୍ୟୁଷିତ ଜିଲ୍ଲାରେ ଜାରି ରହିଛି ଭୋଟ ଗଣତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ 9ଟି ବ୍ଲକରେ ବିଜେଡି ଆଗୁଆ ଥିବାବେଳେ 4ଟି ବ୍ଲକରେ କଂଗ୍ରେସ ଆଗୁଆ ରହିଥିବା ସୂଚନା ରହିଛି। ତେବେ ପଟାଙ୍ଗି ଜିଲ୍ଲା ପରିଷଦ ଆସନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଜାରି ରହିଛି ମତଗଣତି। ଜିଲ୍ଲାର 9ଟି ଆସନରେ ବିଜେଡି ଆଗୁଆ ରହିଛି। ସେହିପରି ମାଲକାନଗିରିର ବିଭିନ୍ନ ଜୋନରେ ବିଜୁ ଜନତା ଦଳ ଆଗରେ ଥିବା ଜଣାପଡ଼ିଛି। ତେବେ ରାୟଗଡ଼ାରେ ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେପି ହାତକୁ ଗୋଟିଏ ହେଲେ ଆସନ ଯାଇନଥିବା ସୂଚନା ମିଳିଛି। କୋରାପୁଟରୁ ସିଏଚ୍ ଶାନ୍ତାକାର, ନବରଙ୍ଗପୁରରୁ ତପନ କୁମାର ବିଶୋଇ, ମାଲକାନଗିରିରୁ ପଞ୍ଚାନନ ଦାସ ଓ ରାୟଗଡ଼ାରୁ ରଞ୍ଜନ ରଥ ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.