Panchayat Poll: ଅବିଭକ୍ତ କୋରାପୁଟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ଭୋଟ ଗଣତି - କୋରାପୁଟରେ ବିଜେଡ଼ି ଆଗୁଆ

🎬 Watch Now: Feature Video

thumbnail

By

Published : Feb 27, 2022, 4:53 PM IST

Updated : Feb 3, 2023, 8:18 PM IST

କୋରାପୁଟ/ନବରଙ୍ଗପୁର/ମାଲକାନଗିରି/ରାୟଗଡ଼ା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋନ-2 ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଶନିବାର ପ୍ରଥମ ଦିନରେ ଜୋନ-1 ରେ ଜିଲ୍ଲାର 14ଟି ଆସନ ମଧ୍ୟରୁ ବିଜେଡି ୮ଟି ସ୍ଥାନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୫ଟି ଆସନରେ ବିଜୟ ହାସଲ କରିଥିଲା । ତେବେ କୋରାପୁଟ ପଟ୍ଟାଙ୍ଗୀରେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ସ୍ଵାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ବିଜୟ ସମଗ୍ର ଜିଲ୍ଲା ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ଦ୍ଵିତୀୟ ଦିନରେ ଜିଲ୍ଲାର ସମସ୍ତ 14 ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଗଣତି ଆରମ୍ଭ ହୋଇଯାଇଛି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଜି ଦ୍ବିତୀୟ ଦିନରେ ସକାଳ 7 ଟାରୁ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି 7ଟି, ବିଜେପି 2ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି । ମାଲକାନଗିରି ଜିଲ୍ଲାରେ ପ୍ରଥମ ଦିନ ଭୋଟ ଗଣତିରେ ୭ଟି ବ୍ଲକର ଜୋନ୍ 1 ଗୁଡିକର ଫଳାଫଳ ଆଜି ସକାଳେ ଆସିଛି । ଅନେକ ବ୍ଲକରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ ରାୟଗଡା ଜିଲ୍ଲାରେ ପ୍ରଥମ ଦିନ 11ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି 9ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା । ଆଜିର ଭୋଟ ଗଣନାରେ ବିଜେଡି 6ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 3ଟି ଆସନରେ ଆଗୁଆ ରହିଛି । କୋରାପୁଟରୁ ସି.ଏଚ ଶାନ୍ତାକାର, ନବରଙ୍ଗପୁରରୁ ତପନ ବିଷୋୟୀ, ମାଲକାନଗିରିରୁ ପଞ୍ଚାନନ ଦାଶ ଓ ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.