ଦେଶ ମାତୃକା ସେବାରେ ୧୭ବର୍ଷ: ଘରକୁ ଫେରିଲେ ୪ ଯବାନ, ସ୍ୱାଗତ କଲେ ଗ୍ରାମବାସୀ - ଯାଜପୁର ଯବାନ ଖବର

🎬 Watch Now: Feature Video

thumbnail

By

Published : Apr 5, 2022, 3:44 PM IST

Updated : Feb 3, 2023, 8:22 PM IST

ଯାଜପୁର: ୧୭ ବର୍ଷର କାର୍ଯ୍ୟ ପରେ ଭାରତୀୟ ସେନାର ବିହାର ରେଜିମେଣ୍ଟରୁ ନିଜର କାର୍ଯ୍ୟଭାର ଶେଷ କରି ଜନ୍ମମାଟିକୁ ଫେରିଛନ୍ତି ୪ ଯବାନ । ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିପରିଷଦର ୱାର୍ଡ ନମ୍ବର ୧୦ (ମଧୁସୂଦନ ନଗର)ରେ ପହଞ୍ଚିଲେ ସାନଙ୍ଗା ହାଁସଦା, ନାରାୟଣ ହେମ୍ବ୍ରମ, ଯାଦବ ଗାଗରାଇ ଓ ସିଂରାଇ ହୋନାଙ୍ଗା । କିଛିଦିନ ତଳେ ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ପରମ୍ପରା ଅନିଯାୟୀ ଗ୍ରାମବାସୀ ଯାଜପୁର ରୋଡ ରେଳ ଷ୍ଟେସନରେ ପହଞ୍ଚିଥିଲେ । ମଧୁସୂଦନ ନଗରବାସୀ ସେମାନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଏକ ସୁସଜିତ ଗାଡ଼ିରେ ବିଶାଳ ଶୋଭାଯାତ୍ରା ଜରିଆରେ ତାଙ୍କ ଜନ୍ମମାଟିରେ ପହଞ୍ଚାଇଥିଲେ । ସେଠାରେ ସ୍ଥାନୀୟ ଅଧିବାସୀ ମାନେ ଧୂପ ଦୀପ ଦେଇ ବନ୍ଦାପନା କରିବା ସହିତ ନିଜର ପାରମ୍ପରିକ ନାଚରେ ଘରକୁ ପାଛୋଡ଼ି ନେଇଥିଲେ । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.