thumbnail

By

Published : Mar 3, 2022, 4:21 PM IST

Updated : Feb 3, 2023, 8:18 PM IST

ETV Bharat / Videos

ୟୁକ୍ରେନରୁ ଫେରିଲେ ଡାକ୍ତରୀ ଛାତ୍ର, ବଖାଣିଲେ ଲୋମଟାଙ୍କୁରା କାହାଣୀ

ବାଲେଶ୍ବର: ଦିନକୁ ଦିନ ଉଗ୍ର ରୂପ ନେଉଛି ଋଷ ୟୁକ୍ରେନ ଯୁଦ୍ଧ । ଜାରି ରହିଛି ଘମାଘୋଟ ଯୁଦ୍ଧ । ଋଷର ଗୋଳାବାରୁଦ ପ୍ରାୟ ଧ୍ବଂସ ପ୍ରାୟ ୟୁକ୍ରେନର ୨ ପ୍ରମୁଖ ସହର କିଭ ଓ ଖାରକିଭ । ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନେକ ଛାତ୍ରଛାତ୍ରୀ ବଙ୍କର ଭିତରେ ଥିବା ବେଳେ ସେଠାରେ ଖାଦ୍ୟ ଓ ପାଣି ପାଇବାରେ ସେମାନେ ସମସ୍ୟା ଭୋଗୁଛନ୍ତି। ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ସୋର ମାଣିପୁର ଜଡିଦା ଅଞ୍ଚଳର ଅରୁଣ କୁମାର ବେହେରା ଘରକୁ ଫେରିଛନ୍ତି। ୟୁକ୍ରେନରେ ଅରୁଣ ପଞ୍ଚମ ବର୍ଷର ଛାତ୍ର। ସେଠାକାର ପରିସ୍ଥିତି ଭୟାବହ ଥିବା ବେଳେ ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ ସେତେଟା ସହଯୋଗ ମିଳୁ ନଥିବା ଛାତ୍ର ଜଣଙ୍କ ଅଭିଯୋଗ ଆଣିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା ଜୀବନଜ୍ୟୋତି ନାୟକ ।
Last Updated : Feb 3, 2023, 8:18 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.