ETV Bharat / technology

ରକ୍ଷାକର୍ତ୍ତା ସାଜିଲା Apple ୱାଚ୍‌; 1000ଫୁଟ ଉଚ୍ଚରୁ ତଳେ ପଡ଼ିଥିବା ବ୍ୟକ୍ତିଙ୍କୁ କଲା ଉଦ୍ଧାର - APPLE WATCH SAVES SKIER LIFE

ଏଠାରେ ମଣିଷ ନୁହେଁ, ଘଣ୍ଟା ବଞ୍ଚାଇଲା ଜଣେ ବ୍ୟକ୍ତିଙ୍କ ଜୀବନ । କଣ ପୂରା ଘଟଣା ବିସ୍ତୃତ ଭାବରେ ଜାଣନ୍ତୁ...

APPLE WATCH SAVED LIFE
APPLE WATCH SAVED LIFE (Image Credit- Apple)
author img

By ETV Bharat Tech Team

Published : Jan 27, 2025, 3:47 PM IST

ହାଇଦ୍ରାବାଦ: କଳ୍ପନା କରନ୍ତୁ ଆପଣ କୌଣସି ବରଫାଚ୍ଛନ୍ନ ପାହାଡରୁ 1000ଫୁଟ ତଳକୁ ଖସିପଡ଼ିଛନ୍ତି ଓ ଗୁରୁତର ଅବସ୍ଥାରେ ଅଛନ୍ତି । ପ୍ରବଳ ଥଣ୍ଡାରେ ଥରୁଛନ୍ତି ଏବଂ ଏକାକୀ ଅଛନ୍ତି । ଅଧିକାଂଶ ଲୋକଙ୍କ ଲାଗି ଏହା କୌଣସି ଖରାପ ସ୍ବପ୍ନଠୁ କମ ନୁହେଁ । ଏଠାରେ ବଞ୍ଚିବାର ଆଶା ବହୁତ କମ । କିନ୍ତୁ ଅବିଶ୍ବସନୀୟ ଘଟଣା ଭାବେ ଏଠାରେ କୌଣସି ମଣିଷ ନୁହେଁ ନାୟକ ସାଜିଛି ଏକ ଘଣ୍ଟା । ଆପଲ୍‌ ଘଣ୍ଟାର SOS ଫିଚର ଯୋଗୁଁ ଜଣେ ସ୍କିଅର (ବରଫ ଉପରେ ଦୁଇଟି ବାଡ଼ି ଓ ଗୋଡରେ ଦୁଇଟି ବୋର୍ଡ ବାନ୍ଧି ଖସି ଖସି ଯାଉଥିବା ବ୍ୟକ୍ତି)ଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣା ଆମେରିକାର ୱାଶିଂଟନଠାରେ ଘଟିଛି ।

ଘଣ୍ଟାରେ SOS ଫିଚର ଯୋଗୁଁ ଘଣ୍ଟା ମଧ୍ୟ ବହୁ ଉଚ୍ଚରୁ ତଳେ ପଡ଼ିବା ନେଇ ଅନୁଭବ କଲା । ଏହାପରେ ଏକ ଜରୁରୀକାଳୀନ ଆଲର୍ଟ ଯୋଗୁଁ ସ୍କିଅରଙ୍କୁ ଯଥା ସମୟରେ ଉଦ୍ଧାର କରାଯାଇଛି । ନଚେତ ପରବର୍ତ୍ତୀ ସମୟରେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିଥାନ୍ତା । ଗୋଟିଏ ଛୋଟ ଗ୍ୟାଜେଟ୍‌ ଯୋଗୁଁ, ଜଣେ ମଣିଷର ବହୁମୂଲ୍ୟ ଜୀବନ ବଞ୍ଚିଛି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି ।

କେମିତି ଜୀବନ ବଞ୍ଚାଇଲା ଆପଲ୍‌ ୱାଚ୍‌ ?

ଯେତେବେଳେ ସ୍କିଅର ଜଣକ ବରଫାଚ୍ଛନ୍ନ ଉଚ୍ଚ ସ୍ଥାନରୁ 1000 ଫୁଟ ତଳକୁ ପଡ଼ିଥିଲେ, ସେତେବେଳେ ଆପଲ୍‌ ୱାଚ ମଧ୍ୟ ତଳେ ପଡ଼ିବା ପରି ଅନୁଭବ କରିଥିଲା । ଏହାପରେ ଘଣ୍ଟାରେ ଦିଆଯାଇଥିବା SOS ଫିଚର ଉଦ୍ଧାରକାରୀ ଟିମକୁ ସ୍ବୟଂଚାଳିତ ରୂପରେ ସଚେତନ କରାଇଥିଲା । ସେମାନଙ୍କୁ ସ୍କିଅରଙ୍କ ସଠିକ ଲୋକେସନ ପଠାଇଥିଲା । ସଠିକ ଜିପିଏସ ମିଳିବା ପରେ ଉଦ୍ଧାରକାରୀ ଟିମ ସ୍କିଅରଙ୍କ ନିକଟରେ ପହଞ୍ଚିପାରିଥିଲେ ।

ଉଦାହରଣ ସ୍ବରୂପ, ୱାଚ୍‌ରେ ଥିବା ଫଲ୍‌ ଡିଟେକ୍ସନ ଓ ଏମରଜେନ୍ସି ଏସଓଏସ ଫିଚର ଯୋଗୁଁ ଆପଲ୍‌ ୱାଚ ସାହାଯ୍ୟ ପାଇଁ ଡାଏଲ କରିପାରେ । ଏହାକୁ ପରିଧାନ କରିଥିବା ବ୍ୟକ୍ତି ବା ୟୁଜର ବିନା ସହାୟତାରେ ୱାଚ କଲ୍‌ କରିଥାଏ । ଏହି ଫିଚର ଏମରଜେନ୍ସି କଣ୍ଟାକ୍ଟ ଜାଣିଥାଏ ଯାହାଦ୍ବାରା ସଠିକ ସମୟରେ ଉଚିତ ସହାୟତା ପ୍ରଦାନ କରାଯାଇପାରିବ ।

କଣ ଏହି 'ଫିଲ୍‌ ଡିଟେକ୍ସନ' ଓ 'SOS' ଫିଚର ?

ଆପଲ୍‌ ଏହାର ସ୍ମାର୍ଟୱାଚରେ ଦୁଇଟି ସୁରକ୍ଷା ଫିଚର ପ୍ରଦାନ କରିଛି, ସେଥିରୁ ଗୋଟିଏ ହେଉଛି ଫିଲ୍‌ ଡିଟେକ୍ସନ ଓ ଅନ୍ୟଟି ହେଉଛି ଏସଓଏସ ଫିଚର । ଏହି ଫିଚର ଜରୁରୀକାଳୀନ ସ୍ଥିତିରେ ୟୁଜରଙ୍କ ସୁରକ୍ଷା ପାଇଁ ରହିଛି । ଯାହାଦ୍ବାରା ୟୁଜରଙ୍କ ନିକଟରେ ସମୟ ପୂର୍ବରୁ ଜରୁରୀ ସେବା ପହଞ୍ଚିପାରିବ।

  • ଫଲ୍‌ ଡିଟେକ୍ସନ: ଏହି ଫିଚର ବଡ଼ ଧରଣର ଖସିପଡ଼ିବାକୁ ଚିହ୍ନଟ କରିବା ଲାଗି ଆକ୍ସେଲେରୋମିଟର ଓ ଜାଇରୋସ୍କୋପ୍‌ର ବ୍ୟବହାର କରିଥାଏ । କୌଣସି ଖସିପଡ଼ିବା ଅନୁଭବ କଲେ ଘଣ୍ଟାର ସ୍କ୍ରିନରେ ୟୁଜରଙ୍କୁ 'ଠିକ ଅଛ କି ନାହିଁ' ବୋଲି ପ୍ରଶ୍ନ କରେ । ଯଦି ୟୁଜର 1ମିନିଟ ମଧ୍ୟରେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ, ଏହାପରେ ଘଣ୍ଟା ସ୍ବୟଂଚାଳିତ ଭାବେ ଜରୁରୀ ସେବା ପ୍ରଦାନ କରୁଥିବା ସଂସ୍ଥାକୁ କଲ୍‌ କରିଥାଏ ଓ ୟୁଜରଙ୍କ ଲୋକେସନକୁ ସେୟାର କରିଥାଏ । ଏହି ଫିଚର ବିଶେଷ ଭାବେ ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଥିବା ରୋଗୀଙ୍କ ଲାଗି ଉପଯୋଗୀ ।
  • SOS ଫିଚର: ଏହି ଫିଚର ଦ୍ବାରା ୟୁଜର ସଙ୍ଗେ ସଙ୍ଗେ ପ୍ରେସ୍‌ କରିବା ମାତ୍ରେ ଜରୁରୀ ସେବାକୁ କଲ୍‌ କରିପାରିବେ । ୱାଚ୍‌ର ସାଇଡ ବଟନ୍‌କୁ ଦବାଇ ଏପରି କରିହେବ । ଏହା ସଙ୍ଗେ ସଙ୍ଗେ ଏମରଜେନ୍ସି କଣ୍ଟାକ୍ଟର ଆକ୍ସେସ ପାଇ କଲ୍‌ କରିବା ସହ ଲୋକେସନ ମଧ୍ୟ ସେୟାର କରିଥାଏ । ଏହି ଫିଚରଟି ଆପଲ୍‌ର ପ୍ରାୟ ସମସ୍ତ ପ୍ରକାର ଘଣ୍ଟାରେ ରହିଛି ।
ଏହା ବି ପଢନ୍ତୁ
  1. ଜୀବନ ବଞ୍ଚାଇବ Apple Watch Series 10; ରହିଛି ଅନେକ ହେଲଥ୍‌ ଫିଚର, ଏତିକି ଦାମ
  2. Smartwatch Saving Life: ସଞ୍ଜିବନୀ ସାଜିଲା ଆପଲ ଘଣ୍ଟା, ହୃଦ ସ୍ପନ୍ଦନ ବଢିଲେ ବାଜୁଛି ଆଲାରାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.