ହାଇଦ୍ରାବାଦ: ଏୟାରଟେଲ, ଜିଓ ପରେ ଏବେ ଭୋଡାଫୋନ-ଆଇଡିଆ ଟେଲିକମ ରେଗୋଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (TRAI)ର ନିର୍ଦ୍ଦେଶାନୁଯାୟୀ କେବଳ ଭଏସ କଲିଂ ଓ SMS ଲାଗି ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି । ଯେଉଁ ୟୁଜରମାନେ ଡେଟାର ବ୍ୟବହାର କରୁନାହାନ୍ତି ସେମାନଙ୍କ ଲାଗି କେବଳ ଭଏସ କଲିଂ ଓ ଏସଏମଏସ ଲାଗି ପ୍ଲାନ ଆଣିବାକୁ ସଂସ୍ଥା ବାଧ୍ୟତାମୂଳକ କରିଛି । ଏହାପରେ ଏୟାରଟେଲ ଓ ଜିଓ ଦୁଇଟି ଲେଖାଏଁ ପ୍ଲାନ ଆଣିଥିବା ବେଳେ Vi ଗୋଟିଏ ପ୍ଲାନ ଆଣିଥିଲା । ଟ୍ରାଇର ପ୍ଲାନର ସମୀକ୍ଷା କରି ଦାମ କମାଇବାକୁ ନିର୍ଦ୍ଦେଶ ଦେବା ପରେ Vi ପୁରୁଣା ପ୍ଲାନକୁ ସମ୍ପୂର୍ଣ୍ଣ ହଟାଇ 2ଟି ନୂଆ ପ୍ଲାନ ଆଣିଛି ।
Viର ଦୁଇଟି ନୂଆ ପ୍ଲାନ
- Rs 470 ପ୍ଲାନ: ଭୋଡାଫୋନ ଆଇଡିଆର ପ୍ରଥମ ପ୍ଲାନର ଦାମ ହେଉଛି 470 ଟଙ୍କା । ଏହାର ବୈଧତା 84 ଦିନ ବା ପାଖାପାଖି 3ମାସ ପର୍ଯ୍ୟନ୍ତ ରହିଛି । ଗ୍ରାହକଙ୍କୁ ଏଥିରେ ଅନଲିମିଟେଡ୍ କଲିଂ, 900 ପର୍ଯ୍ୟନ୍ତ SMS ସୁବିଧା ମିଳିଛି ।
- Rs 1849 ପ୍ଲାନ: କେବଳ ଭଏସ କଲିଂ ଓ ଏସଏମଏସ ଲାଗି ଏହା କମ୍ପାନୀର ଦ୍ବିତୀୟ ପ୍ଲାନ । ଏହାର ବୈଧତା 365 ଦିନ ବା 1ବର୍ଷ ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ, 3600 ପର୍ଯ୍ୟନ୍ତ ମାଗଣା SMS ସୁବିଧା ମିଳିବ ।
କଣ ଥିଲା Viର ପୁରୁଣା ପ୍ଲାନ ?
ପୂର୍ବରୁ କମ୍ପାନୀ କେବଳ ଭଏସ କଲିଂ ଓ ଏସଏମଏସ ଲାଗି ଗୋଟିଏ ପ୍ଲାନ ଆଣିଥିଲା । ଯାହାର ଦାମ ଥିଲା 1460 ଟଙ୍କା । ଏଥିରେ ଅନଲିମିଟେଡ୍ କଲିଂ ସହ 100 SMS ସୁବିଧା ମିଳୁଥିଲା । କିନ୍ତୁ ଏହାର ବୈଧତା ମାତ୍ର 270 ଦିନ ଲାଗି ଥିଲା ।
Airtel, Jio ଓ Viର ଅପଡେଟେଡ୍ କେବଳ ଭଏସ କଲିଂ ଓ SMS ପ୍ଲାନ ସମ୍ପର୍କରେ ନିମ୍ନରେ ଦିଆଯାଇଥିବା ବକ୍ସରେ ବିସ୍ତୃତ ଭାବରେ ଜାଣନ୍ତୁ:
କେବଳ ଭଏସ କଲିଂ ଓ SMS ପ୍ଲାନ | ||||||
ଅପରେଟରର ନାଁ | ପ୍ଲାନ ଦାମ | ବୈଧତା | ଅନଲିମିଟେଡ କଲିଂ | SMS | ଅତିରିକ୍ତ ସୁବିଧା | ପ୍ରତି ଦିନ ପିଛା ଖର୍ଚ୍ଚ |
Jio | ₹448 | 84 ଦିନ | ହଁ | 1000 | JioTV, JioCinema,JioCloud ସବସ୍କ୍ରିପସନ | 5ଟଙ୍କା |
₹1748 | 336 ଦିନ | ହଁ | 3600 | JioTV, JioCinema,JioCloud ସବସ୍କ୍ରିପସନ | 5ଟଙ୍କା 20 ପଇସା | |
Airtel | ₹469 | 84 ଦିନ | ହଁ | 900 | ଏୟାରଟେଲ ରିୱାର୍ଡ୍ସ (Apollo 24/7 Circle, ଫ୍ରି ହେଲୋ ଟ୍ୟୁନ) | 5ଟଙ୍କା 6 ପଇସା |
₹1849 | 365 ଦିନ | ହଁ | 3600 | ଏୟାରଟେଲ ରିୱାର୍ଡ୍ସ (Apollo 24/7 Circle, ଫ୍ରି ହେଲୋ ଟ୍ୟୁନ) | 5ଟଙ୍କା 58 ପଇସା | |
Vodafone-Idea | ₹470 | 84 ଦିନ | ହଁ | 900 | କୌଣସି ଅତିରିକ୍ତ ସୁବିଧା ନାହିଁ | 5ଟଙ୍କା 59 ପଇସା |
₹1849 | 365 ଦିନ | ହଁ | 3600 | 5ଟଙ୍କା 6 ପଇସା |