ବଙ୍କରରେ ବିସ୍କୁଟ ଖାଇ ବଞ୍ଚିଥିଲା ଜୀବନ, ଛାତିଥରା କାହାଣୀ ବଖାଣିଲେ ୟୁକ୍ରେନ ଫେରନ୍ତା ଛାତ୍ରୀ - ଛାତିଥରା କାହାଣୀ ବଖାଣିଲେ ୟୁକ୍ରେନ ଫେରନ୍ତା ଛାତ୍ରୀ ଅରିତ୍ରା

🎬 Watch Now: Feature Video

thumbnail

By

Published : Mar 4, 2022, 8:03 PM IST

Updated : Feb 3, 2023, 8:18 PM IST

କଟକ: ଋଷ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ୟୁକ୍ରେନରୁ ଫେରିଲେ କଟକ ଝିଅ ଅରିତ୍ରା ଆଞ୍ଜେଲିନ ବେହେରା । ମିଶନ ଗଙ୍ଗା ସାହାଯ୍ୟରେ ସେ ଆସି ଭାରତରେ ପହଞ୍ଚିବା ପରେ କଟକ ବାସଭବନରେ ପହଞ୍ଚିଛନ୍ତି । ଯାହାକୁ ନେଇ ପରିବାରରେ ଖେଳି ଯାଇଛି ଖୁସିର ଲହରୀ । ତେବେ ଯୁଦ୍ଧକୁ ପାଖରୁ ଦେଖିଛନ୍ତି ସେ । ଆଖି ଆଗରେ ରକେଟ ଲଞ୍ଚର ଯିବାର ମଧ୍ୟ ଦେଖିଛନ୍ତି । ଗୁଳି ବୋମମାଡ଼ର ଶବ୍ଦ ତାଙ୍କ ମନକୁ ବ୍ୟଥିତ କରିଥିଲା । ଏହି ସମୟରେ ଭାରତ ସରକାର ମିଶନ ଗଙ୍ଗା ସାହାଯ୍ୟରେ ହଜାର ହଜାର ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ଏହାରି ମଧ୍ୟରେ କଟକକୁ ଫେରିଛନ୍ତି ଅରିତ୍ରା । ତେବେ ୟୁକ୍ରେନରେ ଯୁଦ୍ଧ ସମୟରେ କିପରି କଟିଥିଲା ତାଙ୍କ ଦିନ ଓ ସେଠାରେ କିପରି ରହିଥିଲା ସ୍ଥିତି ଏନେଇ ଅରିତ୍ରାଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ଇଟିଭି ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.