Ramzan Bustle: ସରଗରମ ଚାରମିନାର ବଜାର, ଟେଷ୍ଟି କବାବ ସାଙ୍ଗକୁ ଅତରର ବାସ୍ନାରେ କମ୍ପୁଛି ଲାଡ ବଜାର - ରମଜାନ ସପିଂର ମଜା ନେଲେ ପର୍ଯ୍ୟଟକ

🎬 Watch Now: Feature Video

thumbnail

By

Published : Apr 23, 2022, 7:25 PM IST

ହାଇଦ୍ରାବାଦ: ଚାରମିନାରକୁ ଫେରିଛି ରମଜାନର ମାହୋଲ । ଭିନ୍ନ ଧରଣର ପୋଷାକ, ସୁସ୍ବାଦୁ ଖାଦ୍ୟ, ବିରିୟାନୀର ମନଲୋଭା ସୁଗନ୍ଧ, ଗରମା ଗରମ ଇରାନି ଚା' ସହିତ ଇତ୍ତରର ବାସ୍ନାରେ ଉତ୍ସବମୁଖର ହୋଇପଡିଛି ଜନବହୁଳ ସ୍ଥାନ ତଥା ସହରର ଅନ୍ୟତମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଚାରମିନାର । ଏବେ ମୁସଲିମଙ୍କ ପବିତ୍ର ରମଜାନ ମାସ ଚାଲିଥିବାବେଳେ ଏଠାକାର 'ନାଇଟ ବାଜାର' ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । କେବଳ ମୁସଲିମ ଧର୍ମାବଲମ୍ବୀ ନୁହେଁ ବରଂ ଅନ୍ୟ ଧର୍ମ ଓ ସମ୍ପ୍ରଦାୟର ଲୋକେ ମଧ୍ୟ ଚାରମିନାରର ରମଜାନ ମାହୋଲକୁ ଭରପୂର ଉପଭୋଗ କରୁଛନ୍ତି । ସମସ୍ତ ପର୍ବ କରି ଗତ ୨ ବର୍ଷ ଧରି ରମଜାନ ସେଲିବ୍ରେସନରେ ମଧ୍ୟ କଣ୍ଟା ସାଜିଥିଲା ମହାମାରୀ । ହେଲେ ଚଳିତ ବର୍ଷ ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ଏହି ପୁରାତନ ସିଟି ଆହୁରି ରଙ୍ଗୀନ ହୋଇଉଠିଛି । ଲୋକଙ୍କ ଆଗମନ ଫଳରେ ଦୋକାନୀ ଜିନିଷ ବିକ୍ରି ଲାଭାନ୍ବିତ ହେଉଥିବାବେଳେ ଗ୍ରାହକ ମଧ୍ୟ ନିଜ ମନ ପସନ୍ଦର ଜିନିଷ କିଣି ନେଉଛନ୍ତି । ସେପଟେ ରମଜାନ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଖାଦ୍ୟରୁ ମଧ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ । ତେବେ ଆସନ୍ତୁ ଝୁମିବା ବହୁ ଦିନ ପରେ ଫେରିଥିବା ଏହି ଖୁସିର ମାହୋଲରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.