ETV Bharat / technology

ଶ୍ରୀହରିକୋଟାରୁ 100ତମ ଲଞ୍ଚିଂ ସଫଳ; ଜାଣନ୍ତୁ ସତୀଶ ଧୱନ ସ୍ପେଶ ଷ୍ଟେସନର ଐତିହାସିକ ଯାତ୍ରା - HISTORICAL JOURNEY OF SRIHARIKOTA

ଆଜି (ଜାନୁଆରୀ 29 ତାରିଖ) ଇସ୍ରୋ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ସେଞ୍ଚୁରୀ ମାରିଛି । ଏହି ଅବସରରେ ଜାଣନ୍ତୁ ସତୀଶ ଧୱନ ସ୍ପେଶ ଷ୍ଟେସନର ଐତିହାସିକ ଯାତ୍ରା..

Historical Journey Of Satish Dhawan Space Centre
Historical Journey Of Satish Dhawan Space Centre (ETV Bharat)
author img

By ETV Bharat Tech Team

Published : Jan 28, 2025, 1:18 PM IST

Updated : Jan 29, 2025, 9:28 AM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦେଶର ମହାକାଶ ଅନୁସନ୍ଧାନରେ ଅନେକ କୀର୍ତ୍ତିମାନ ଅର୍ଜନ କରିଛି । ବର୍ଷ 2025 ଆରମ୍ଭରୁ ଇସ୍ରୋ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଇସ୍ରୋର ପ୍ରମୁଖ ସ୍ପେଶ ସେଣ୍ଟର ମଧ୍ୟରୁ ଅନ୍ୟତମ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍‌ ସେଣ୍ଟର (SDSC) । ଆଜି (29 ଜାନୁଆରୀ)ରେ ଇସ୍ରୋ ଏହି ମହାକାଶ କେନ୍ଦ୍ରରୁ 100ତମ ମିଶନକୁ ଉତକ୍ଷେପଣ କରିଛି । 1980 ମସିହାରେ ଏହି ସ୍ପେଶ୍‌ ସେଣ୍ଟରରୁ ପ୍ରଥମ ପରୀକ୍ଷାମୂଳକ ଉପଗ୍ରହ ଲଞ୍ଚ କରାଯାଇଥିଲା । ଇତି ମଧ୍ୟରେ ଏଠାରୁ ଗୋଟିଏ ପରେ ଗୋଟିଏ ମିଶନ ଲଞ୍ଚ ହୋଇ 100 ମିଶନରେ ପହଞ୍ଚିଛି । ଏହି ବିଶେଷ ମୁହୂର୍ତ୍ତରେ ଇସ୍ରୋ କାହିଁକି ଏହି ସ୍ଥାନକୁ ଚୟନ କରିଥିଲା, ଚୟନ ପ୍ରକ୍ରିୟାରେ କିଏ ସାମିଲ ଥିଲେ, କିପରି ଚୟନ କରାଯାଇଥିଲା ଆଦିକୁ ନେଇ ସତୀଶ ଧୱନ ସ୍ପେଶ ସେଣ୍ଟରର ଐତିହାସିକ ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବରେ ନିମ୍ନରେ ଜାଣନ୍ତୁ ।

ସତୀଶ ଧୱନ ସ୍ପେଶ୍‌ ସେଣ୍ଟରର ଐତିହାସିକ ଯାତ୍ରା

କହି ରଖୁଛୁ କି, ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ ଗତବର୍ଷ 2024 ଡିସେମ୍ବର 30 ତାରିଖରେ 99ତମ ମିଶନକୁ ଲଞ୍ଚ କରାଯାଇଥିଲା । ଉକ୍ତ ମିଶନର ନାମ SpaDex ମିଶନ ଥିଲା । 29 ଜାନୁଆରୀରେ ଇସ୍ରୋ ଏହି ସ୍ପେଶ୍‌ ସେଣ୍ଟରରୁ 100ତମ ରକେଟ୍‌ ଲଞ୍ଚ କରିଛି । ଏହି ଐତିହାସିକ ଲଞ୍ଚ୍‌ NVS-02 ସାଟେଲାଇଟ୍‌ ସହିତ ହେବ, ଯେଉଁଥିରୁ ଜିୟୋସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ ଭେଇକିଲ (GSLV) ସାହାଯ୍ୟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ କରାଯିବ । ଏହି ଅବସରରେ ସତୀଶ ଧୱନ ସ୍ପେଶ୍‌ ସେଣ୍ଟରର ଉତ୍ପତ୍ତିଠୁ ଆରମ୍ଭ କରି 100ତମ ମିଶନ ଲଞ୍ଚ ପର୍ଯ୍ୟନ୍ତ ଐତିହାସିକ ଯାତ୍ରା ଉପରେ ନଜର ପକାଇବା ।

Satish Dhawan Space Centre
Satish Dhawan Space Centre (Image Credit- ISRO)

SDSCର ଅବସ୍ଥିତି

ସତୀଶ ଧୱନ ସ୍ପେଶ୍‌ ସେଣ୍ଟର ଆନ୍ଧ୍ର ପ୍ରଦେଶର ପୂର୍ବ ଉପକୂଳରେ ଏକ ସଂକୀର୍ଣ୍ଣ ଓ ଲମ୍ବା ଦ୍ବୀପ ଶ୍ରୀହରିକୋଟାରେ ଅବସ୍ଥିତ । ଏହି ଦ୍ବୀପ 1969ରେ ଏକ ସାଟେଲାଇଟ୍‌ ଲଞ୍ଚିଂ ଷ୍ଟେସନ ଲାଗି ଚୟନ କରାଯାଇଥିଲା । ଶ୍ରୀହରିକୋଟା, ନିଲୋର ଜିଲ୍ଲାର ଏକ ବଡ଼ ଗାଁ ସୁଲୁରୁପେଟା ନିକଟ ବା ତାମିଲନାଡୁ ରାଜଧାନୀ ଚେନ୍ନାଇଠାରୁ ପ୍ରାୟ 80 କିଲୋମିଟର ଉତ୍ତରରେ ଅବସ୍ଥିତ । ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଦେଇ ସୁଲୁରୁପେଟାରେ ପହଞ୍ଚାଯାଇପାରିବ । ଏଠାରୁ ପୁଲିକଟ୍‌ ହ୍ରଦ ଉପରେ ନିର୍ମାଣ ହୋଇଥିବା ରାସ୍ତାରେ 20 ମିନିଟ ଯାତ୍ରା କରିବା ପରେ ଶ୍ରୀହରିକୋଟା ଆସିଥାଏ । ଶ୍ରୀହରିକୋଟାର ମୋଟ କ୍ଷେତ୍ରଫଳ ପାଖାପାଖି 43,360 ଏକର (175 ବର୍ଗ କିଲୋମିଟର ), ଯେଉଁଥିରେ 50କିମିର ଲମ୍ବା ସମୁଦ୍ରକୂଳ ମଧ୍ୟ ସାମିଲ ।

କେମିତି ରକେଟ୍‌ ଲଞ୍ଚ୍‌ ଷ୍ଟେସନ ସ୍ଥାପିତ ହେଲା ?

  • ସତୀଶ ଧୱନ ସ୍ପେଶ ସେଣ୍ଟରର ଶୁଭାରମ୍ଭ 1960 ଦଶନ୍ଧିରେ ହୋଇଥିଲା, ଯେତେବେଳେ ଭାରତର ମହାନ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅନ୍ୟତମ ଡଃ ବିକ୍ରମ ଏସ ସାରାଭାଇ ଭାରତରେ ମହାକାଶ ଅନୁସନ୍ଧାନ ଗତିବିଧି ଆରମ୍ଭ କରିଥିଲେ । ସେ ଏହି ସ୍ବପ୍ନ ଦେଖିଥିଲେ ଯେ, 'ଆମେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ମଣିଷ ଓ ସମାଜର ବାସ୍ତବିକ ସମସ୍ୟାର ସମାଧାନ କରିବା ପାଇଁ ଲାଗୁ କରିବା ଦିଗରେ କାହାଠାରୁ ଯେପରି ପଛରେ ରହିବା ନାହିଁ ।' ଏହାପରେ ଭାରତରେ ସ୍ବଦେଶୀ ଉପଗ୍ରହ ବା ସାଟେଲାଇଟ୍‌ ଓ ଏହାର ଲଞ୍ଚ ଯାନ ବିକଶିତ କରିବା ଲାଗି ଦେଶର ପୂର୍ବ ଉପକୂଳରେ ଏକ ରକେଟ୍‌ ଲଞ୍ଚ୍‌ ଷ୍ଟେସନ ସ୍ଥାପିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।
  • 1960 ଦଶନ୍ଧିରେ ଯେତେବେଳେ ଭାରତରେ ସ୍ବଦେଶୀ ସାଟେଲାଇଟ୍‌ ଓ ଲଞ୍ଚ ଭେଇକିଲ ବିକଶିତ କରିବା ଲାଗି ନିଷ୍ପତ୍ତି ନିଆଗଲା, ଏହାପରେ ସଠିକ ସ୍ଥାନ ଖୋଜିବା ମଧ୍ୟ ଆରମ୍ଭ ହୋଇଥିଲା । ଏହି ଖୋଜିବା ପ୍ରକ୍ରିୟାର ନେତୃତ୍ବ ନେଇଥିଲେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକ ଡଃ ବିକ୍ରମ ସାରାଭାଇ । ଏହାପରେ ସେ ନିଜ ସହଯୋଗୀ ବୈଜ୍ଞାନିକ ଇଭି ଚିଟନିସ୍‌ଙ୍କୁ ଦେଶର ପୂର୍ବ ଉପକୂଳରେ ଲଞ୍ଚ ସ୍ଥଳ ଖୋଜିବାକୁ କହିଥିଲେ ।
  • ମାର୍ଚ୍ଚ 1968 ମସିହାରେ, ଇଭି ଚିଟନିସ୍‌ ଆନ୍ଧ୍ର ପ୍ରଦେଶର ତତ୍କାଳୀନ ଶିଳ୍ପ ନିର୍ଦ୍ଦେଶକ ଅବିଦ୍‌ ହୁସେନଙ୍କ ସହିତ ଯୋଗାଯୋଗ କରିଥିଲେ । ହୁସେନ ତାଙ୍କୁ ସମ୍ଭାବିତ ସ୍ଥାନଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ନକ୍ସା ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ଏହି ସ୍ଥାନଗୁଡ଼ିକରେ ଶ୍ରୀହରିକୋଟା ମଧ୍ୟ ସାମିଲ ଥିଲା ।
  • 1968 ଅଗଷ୍ଟ ମାସରେ ଡଃ ସାରାଭାଇ ଶ୍ରୀହରିକୋଟାର ସର୍ବେକ୍ଷଣ କରିଥିଲେ । ଅକ୍ଟୋବର 1968 ପର୍ଯ୍ୟନ୍ତ ଏହି ସ୍ଥାନରେ ପ୍ରାୟ 40ହଜାର ଏକର ଜମିକୁ ଅଧିଗ୍ରହଣ କରାଯାଇଥିଲା । ଏହିପରି ଭାବରେ ଶ୍ରୀହରିକୋଟା ଭାରତର ମହାକାଶ କାର୍ଯ୍ୟକ୍ରମର ପ୍ରମୁଖ ଲଞ୍ଚ ସ୍ଥଳ ଭାବରେ ଚୟନ କରାଯାଇଥିଲା । ଆଜି ଏହା ଦେଶର ମହାକାଶ ଯାତ୍ରାର ମେରୁଦଣ୍ଡ ପାଲଟିଛି ।
  • ଏହିପରି ଭାବରେ ଶ୍ରୀହରିକୋଟାକୁ ଭାରତର ରକେଟ୍‌ ଲଞ୍ଚ ଷ୍ଟେସନ ଭାବେ ଚୟନ କରାଯାଇଥିଲା । 1971 ମସିହା ଅକ୍ଟୋବର 9 ତାରିଖରେ ଶ୍ରୀହରିକୋଟା ସ୍ଥିତ ରକେଟ୍‌ ଲଞ୍ଚ ଷ୍ଟେସନରୁ 'Rohini-125' ନାମକ ଏକ ଛୋଟ ସାଉଣ୍ଡିଂ ରକେଟ୍‌କୁ ଲଞ୍ଚ କରାଯାଇଥିଲା । ଏହା ଶ୍ରୀହରିକୋଟା ସ୍ପେଶ୍‌ ସେଣ୍ଟରରୁ ଉତକ୍ଷେପଣ ହୋଇଥିବା ପ୍ରଥମ ରକେଟ୍‌ ।
  • ଏହାପରେ ଇସ୍ରୋର ଆବଶ୍ୟକ ମୁତାବକ ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ ଲଗାତାର ଭାବେ ବିସ୍ତାର କରାଯାଇଥିଲା । 2002 ସେପ୍ଟେମ୍ବର 5 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧୱନଙ୍କ ନାମ ଅନୁସାରେ ଏହି ଲଞ୍ଚ ଷ୍ଟେସନକୁ 'ସତୀଶ ଧୱନ ସ୍ପେଶ ସେଣ୍ଟର' ଭାବେ ନାମକରଣ କରାଯାଇଥିଲା।

କାହିଁକି ଶ୍ରୀହରିକୋଟାକୁ ଚୟନ କରାଗଲା ?

  • ବିଷୁବ ରେଖାର ନିକଟତର: ଶ୍ରୀହରିକୋଟାକୁ ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମ ଲାଗି ଏକ ଆଦର୍ଶ ଲଞ୍ଚ ସ୍ଥଳ ଭାବେ ବିବେଚନା କରାଯାଏ । ଏହା ପଛରେ ଅନେକ ବିଶେଷତା ରହିଛି, ଯାହାଦ୍ବାରା ରକେଟ୍‌କୁ ପୂର୍ବ ଦିଗରେ ଲଞ୍ଚ କରିବା ସହଜ ହୋଇଥାଏ । ଦ୍ବିତୀୟତଃ ଏହା ବିଷୁବ ରେଖା ପାଖରେ ଅବସ୍ଥିତ, ଏହାର ଅର୍ଥ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାର ଲାଭ ଉଠାଯାଇପାରିବ । ବିଷୁବ ରେଖା ନିକଟରେ ଥିବାରୁ ପ୍ରାୟ 450ମିଟର ପ୍ରତି ସେକେଣ୍ଡର ଅତିରିକ୍ତ ଗତି ମିଳିଥାଏ, ଯାହାଦ୍ବାରା ଅଧିକ ପେଲୋଡ୍‌ ପଠାଇବା ସହଜ ହୋଇଥାଏ । ଖାଲି ସେତିକି ନୁହେଁ, ଜିଓଷ୍ଟେସନାରୀ ସାଟେଲାଇଟ୍‌ ଲାଗି ଏହି ସ୍ଥାନ ବହୁ ଉପଯୋଗୀ, କାରଣ ଏହା ବିଷୁବ ରେଖା ନିକଟରେ ଅବସ୍ଥିତ ।
  • ମଜଭୁତ ଭୌଗୋଳିକ ପ୍ଲାଟଫର୍ମ: ଏହା ବ୍ୟତୀତ, ଶ୍ରୀହରିକୋଟା ଏକ ଦୃଢ, ମଜଭୁତ ଭୌଗୋଳିକ ପ୍ଲାଟଫର୍ମ, ଯାହାକି ରକେଟ୍‌ ଲଞ୍ଚ ସମୟରେ ଉତ୍ପନ୍ନ ହେଉଥିବା ତୀବ୍ର କମ୍ପନକୁ ସହ୍ୟ କରିବାରେ ସକ୍ଷମ ।
  • ଜନତାଙ୍କ ସୁରକ୍ଷାକୁ ଅଗ୍ରାଧିକାର: ଏହା ସମୁଦ୍ର ନିକଟରେ ଅବସ୍ଥିତ ଓ ଏହାର ଆଖପାଖରେ ବହୁ କମ ଲୋକ ବାସ କରନ୍ତି । ଯାହାଦ୍ବାରା ଉତକ୍ଷେପଣ ହେଉଥିବା ରକେଟ୍‌ର ରୁଟ୍‌କୁ ସମୁଦ୍ର ଉପରେ ରଖାୟାଇଥାଏ । ସମୁଦ୍ର ଉପରେ ରକେଟ୍‌ ଯାଉଥିବାରୁ ଦୁର୍ଭାଗ୍ୟବଶତଃ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଜନବସତି ଉପରେ ପ୍ରଭାବ ବହୁତ କମ ହୋଇଥାଏ ।
  • ଉପଯୁକ୍ତ ପାଣିପାଗ: ଏହାବାଦ ଶ୍ରୀହରିକୋଟାରେ ଅଧିକାଂଶ ସମୟ ପାଣିପାଗ ସ୍ବଚ୍ଛ ରହିଥାଏ, ଫଳରେ ଲଞ୍ଚ ଲାଗି ଉପଯୁକ୍ତ ଦିନ ସଂଖ୍ୟା ବୃଦ୍ଧି ପାଇଥାଏ । ଏହି ସମସ୍ତ ବିଶେଷତା ଯୋଗୁଁ ଶ୍ରୀହରିକୋଟା ବିଷୁବ ରେଖାର କକ୍ଷଗୁଡ଼ିକ ଲାଗି ଉପଯୁକ୍ତ ହୋଇଥାଏ । ଏହା ବିଶେଷ ଭାବରେ ସଞ୍ଚାର ଓ ପାଣିପାଗ ସମ୍ବନ୍ଧୀୟ ସାଟେଲାଇଟ୍‌ ଲାଗି ଆଦର୍ଶ ହୋଇଥାଏ । ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରେ ରକେଟ୍‌ ଲଞ୍ଚ, ଟେଲିମେଟ୍ରୋ, ଡେଟା ପ୍ରୋସେସିଙ୍ଗ ଓ ଅନ୍ୟ ସମର୍ଥନ ସେବା ଲାଗି ଅନେକ ପ୍ରମୁଖ ସୁବିଧା ମଧ୍ୟ ଉପଲବ୍ଧ ।

ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ ହୋଇଥିବା ରକେଟ୍‌ଗୁଡ଼ିକର ବିବରଣୀ

  • 1980 ଜୁଲାଇ 18: ସାଟେଲାଇଟ୍‌ ଲଞ୍ଚ ଭେଇକିଲ-3 (SLV-3E2) ହେଉଛି ଭାରତର ପ୍ରଥମ ପରୀକ୍ଷାମୂଳକ ଉପଗ୍ରହ ଲଞ୍ଚ ଯାନ ଯାହାକୁ ଶ୍ରୀହରିକୋଟାରୁ ସଫଳପୂର୍ବକ ଲଞ୍ଚ କରାଯାଇଥିଲା ।
  • 1994 ଅକ୍ଟୋବର 15: PSLV-D2 ସଫଳତାପୂର୍ବକ IRS-P2କୁ ଲଞ୍ଚ କରିଥିଲା ।
  • 1996 ମାର୍ଚ୍ଚ 21: PSLV-D3 ସଫଳତାର ସହିତ IRS-P2କୁ ଲଞ୍ଚ କରିଥିଲା ।
  • 1999 ମେ 26: PSLV ପ୍ରଥମ ଥର ଲାଗି ବିଦେଶୀ ସାଟେଲାଇଟ୍‌କୁ ଲଞ୍ଚ କରିଥିଲା । ଏଥିରେ Oceansat-1, ଜର୍ମାନୀର DLRTubsat ଓ ଦକ୍ଷିଣ କୋରିଆର Kitsat-3 ସାମିଲ ।
  • 2001 ଅକ୍ଟୋବର 22: PSLV-C3ର ଷଷ୍ଠ ଉଡ଼ାଣ ସମୟରେ ଏହା 3 ସାଟେଲାଇଟ୍‌ (Technology Experiment Satellite (TES) - ISRO, BIRD - Germany, PROBA - Belgium)କୁ ସେମାନଙ୍କ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚାଇଥିଲା । ଏହା ଦ୍ବିତୀୟ ଥର ଥିଲା ଯେତେବେଳେ PSLV ଏକା ଥରେ 3ଟି ସାଟେଲାଇଟ୍‌କୁ ଲଞ୍ଚ କରିଥିଲା ।
  • 2002 ସେପ୍ଟେମ୍ବର 12: PSLV-C4ର ସପ୍ତମ ଉଡ଼ାଣରେ ଏହା 1060 କିଲୋଗ୍ରାମର METSAT-1 ସାଟେଲାଇଟ୍‌କୁ GTOରେ ସଫଳତାର ସହିତ ରଖିଥିଲା ।
  • 2003 ମେ 8: Geosynchronous Satellite Launch Vehicle (GSLV) ପରିଯୋଜନାର ଉଦ୍ଦେଶ୍ୟ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ କରିବା କ୍ଷମତା ହାସଲ କରିଥିଲା ।
  • 2007 ଜାନୁଆରୀ 10: ଇସ୍ରୋର PSLV-C7 ଲଞ୍ଚ ଯାନ ସଫଳତାର ସହିତ 4ଟି ସାଟେଲାଇଟ୍‌ (ଭାରତର CARTOSAT-2 ଓ SRE-1), ଇଣ୍ଡୋନେସିଆର LAPAN-TUBSAT, ଆର୍ଜେଣ୍ଟିନାର PEHUENSAT-1କୁ 635କିମି ଉଚ୍ଚତାରେ ପୋଲାର ସନ୍‌ ସିଙ୍କ୍ରୋନସ୍‌ ଅର୍ବିଟ (SSO)ରେ ପହଞ୍ଚାଇଥିଲା ।
  • 2008 ଅକ୍ଟୋବର 22: ଭାରତର ଐତିହାସିକ Chandrayaan-1 ମିଶନ ଲଞ୍ଚ ହୋଇଥିଲା । PSLV-C11 ଲଞ୍ଚ ଯାନ ଚନ୍ଦ୍ରଯାନ-1କୁ ଏହାର ପ୍ରାରମ୍ଭିକ କକ୍ଷପଥରେ ସଫଳତାର ସହ ପହଞ୍ଚାଇଥିଲା । ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତର କୌଣସି ଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ।
  • 2009 ସେପ୍ଟେମ୍ବର 23: PSLV-C14 ଏହାର 16ତମ ଉଡ଼ାଣରେ 958 କିଲୋଗ୍ରାମର Oceansat-2 ଓ 6ଟି ନାନୋ ସାଟେଲାଇଟ୍ସକୁ 720କିମି ସୋଲାର ସିଙ୍କ୍ରୋନସ ପୋଲାର ଅର୍ବିଟ ନିକଟରେ ଛାଡ଼ିଥିଲା ।
  • 2012 ସେପ୍ଟେମ୍ବର 9: ଏହା ଇସ୍ରୋର 100ତମ ମିଶନ ଥିଲା । ଯେତେବେଳେ PSLV-C21 ଦୁଇଟି ବିଦେଶୀ ସାଟେଲାଇଟ୍‌କୁ ଅର୍ବିଟରେ ଛାଡ଼ିଥିଲା । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବା ଲାଗି ଅନେକ ବିଶିଷ୍ଟ ବ୍ୟକ୍ତି ସତୀଶ ଧୱନ ସ୍ପେଶ ସେଣ୍ଟରରେ ଉପସ୍ଥିତ ଥିଲେ ।
  • 2013 ନଭେମ୍ବର 5: ମାର୍ସ ଅର୍ବିଟର ମିଶନ (MOM) ଲଞ୍ଚ କରାଯାଇଥିଲା । ଏଥିରେ ମଙ୍ଗଳ ଯାନ ଭାବେ ମଧ୍ୟ ଜଣାଯାଏ । ଏହା ଭାରତର ପ୍ରଥମ ଅନ୍ତଃଗ୍ରହୀୟ ମିଶନ ଥିଲା, ଯେଉଁଥିରେ PSLV-C25 ଜରିଆରେ ମଙ୍ଗଳ ଗ୍ରହକୁ ପଠାଯାଇଥିଲା । ଏହି ମିଶନ 7ବର୍ଷ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହରେ ତଥ୍ୟ ସଂଗ୍ରହ କରିଥିଲା ।
  • 2017 ଫେବୃଆରୀ 15: PSLV-C37 ଏକାଥରେ 104 ସାଟେଲାଇଟ୍‌କୁ ସଫଳତାର ସହିତ ଲଞ୍ଚ କରିଥିଲା । 39ତମ ଉଡ଼ାଣରେ Cartosat-2 Series ସାଟେଲାଇଟ୍‌ ସହ 103 ଅନ୍ୟ ସହଯାତ୍ରୀ ସାଟେଲାଇଟ୍‌ ଲଞ୍ଚ ହୋଇଥିଲା । ଏହି ସମସ୍ତ 104 ସାଟେଲାଇଟ୍‌ର ମୋଟ ଓଜନ 1378 କିଲୋଗ୍ରାମ ଥିଲା ।
  • 2017 ଜୁନ 23: ଇସ୍ରୋ 40ତମ PSLV-C38 ଉଡ଼ାଣରେ 712କିଲୋଗ୍ରାମର Cartosat-2 Series ସାଟେଲାଇଟ୍‌ ସହ 30 ଅନ୍ୟ ସହଯାତ୍ରୀ ସାଟେଲାଇଟ୍‌କୁ SSO ପର୍ଯ୍ୟନ୍ତ ପହଞ୍ଚାଇଥିଲା ।
  • 2018 ନଭେମ୍ବର 14: ଇସ୍ରୋ GSAT-29 ସାଟେଲାଇଟ୍‌କୁ ଲଞ୍ଚ କରିଥିଲା, ଯାହାକି ଭାରି ଉପଗ୍ରହ ମଧ୍ୟରୁ ଅନ୍ୟତମ । ଏହାକୁ ଉନ୍ନତ ଯୋଗାଯୋଗ ପ୍ରଦାନ କରିବା ଲାଗି ଲଞ୍ଚ କରାଯାଇଥିଲା ।
  • 2019 ଜୁଲାଇ 22: ଇସ୍ରୋର GSLV MkIII-M1 ଚନ୍ଦ୍ରଯାନ-2 ସାଟେଲାଇଟ୍‌କୁ ସଫଳତାର ସହିତ ଲଞ୍ଚ କରିଥିଲା । ଏହାକୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପୃଷ୍ଠରେ ଅବତରଣ କରାଯିବା ଲକ୍ଷ୍ୟରେ ଲଞ୍ଚ କରାଯାଇଥିଲା, ମାତ୍ର ଏହା ଅସଫଳ ହୋଇଥିଲା ।
  • 2023 ମାର୍ଚ୍ଚ 26: ଇସ୍ରୋର GSLV MkIIIର 6ଷ୍ଠ ସଫଳ ଉଡ଼ାଣ ସହିତ LVM3 M3/OneWeb India-2କୁ ଲଞ୍ଚ କରାଯାଇଥିଲା । ଏହା OneWeb Group Companyର 36 ସାଟେଲାଇଟ୍‌କୁ ଲଞ୍ଚ କରିଥିଲା ।
  • 2023 ଜୁଲାଇ 14: ଚନ୍ଦ୍ରଯାନ-3 ଭାବେ ଇସ୍ରୋ ଚନ୍ଦ୍ର ମିଶନ ଲଞ୍ଚ କରିଥିଲା । ଏହି ମିଶନର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଦକ୍ଷିଣପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଏବଂ ଅନୁସନ୍ଧାନ କରିବା ।
  • 2023 ସେପ୍ଟେମ୍ବର 2: Aditya L1 Mission ଇସ୍ରୋର ପ୍ରଥମ ସଫଳ ସୌର ମିଶନ ଥିଲା । ଏହି ମିଶନ ଜରିଆରେ ଇସ୍ରୋର ଉଦ୍ଦେଶ୍ୟ ଥିଲା ସୂର୍ଯ୍ୟଙ୍କ ନିକଟତର ହୋଇ ସୌରଝଡ଼ର ଆଦିର ସନ୍ଧାନ କରିବା ।
  • 2024 ଜାନୁଆରୀ 12: ବ୍ଲାକ୍‌ ହୋଲ୍ସକୁ ଅଧ୍ୟୟନ କରିବା ଲାଗି ଇସ୍ରୋ XPoSat ଲଞ୍ଚ କରିଥିଲା । ଏହାର ଅର୍ଥ ବ୍ଲାକ୍‌ ହୋଲ୍‌ର ରହସ୍ୟ ଖୋଜି ଏହାର ଗଭୀରତାକୁ ବୁଝିବା ।
  • 2024 ଡିସେମ୍ବର 5: ଇସ୍ରୋ ୟୁରୋପୀୟ ସ୍ପେଶ ଏଜେନ୍ସି (ESA)ର Proba-3 ମିଶନକୁ PSLV-C59 ମାଧ୍ୟମରେ ସଫଳତାର ସହିତ ଲଞ୍ଚ କରିଥିଲା ।
  • 2024 ଡିସେମ୍ବର 30: ବର୍ଷ ଶେଷରେ ଇସ୍ରୋ SpaDEx (The Space Docking Experiment) ମିଶନକୁ ସଫଳତାର ସହିତ ଲଞ୍ଚ କରି ଇତିହାସ ରଚିଥିଲା । ଏହି ମିଶନରେ PSLV-C60 ରକେଟ୍‌ରେ ଦୁଇଟି ଛୋଟ ଉପଗ୍ରହ SDX01 (Chaser) ଓ SDX02 (Target) ସମେତ 24 ଅନ୍ୟ ପେଲୋଡ୍‌କୁ ମହାକାଶକୁ ପଠାଯାଇଥିଲା । ଏହି ମିଶନର ଲକ୍ଷ୍ୟ ହେଉଛି ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିବା ।

ଶ୍ରୀହରିକୋଟାରୁ ISROର ସେଞ୍ଚୁରୀ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆସନ୍ତାକାଲି 29 ଜାନୁଆରୀ ସକାଳ 6:23ରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଣ୍ଟରରୁ 100ତମ ମିଶନ ଲଞ୍ଚ କରିବାକୁ ଯାଉଛି । ଏହି ଲଞ୍ଚରେ GSLV-F15 ରକେଟ୍‌ର ବ୍ୟବହାର କରି ନାଭିକ ସିଷ୍ଟମ ଲାଗି NVS-02 ସାଟେଲାଇଟ୍‌କୁ ଲଞ୍ଚ କରିବାକୁ ଯାଉଛି । ଯାହାକି ଶ୍ରୀହରିକୋଟାରୁ 100ତମ ଲଞ୍ଚ ହେବ । ଏହି ଐତିହାସିକ ମୁହୂର୍ତ୍ତ ଲାଗି ଇସ୍ରୋକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ମିଶନର ଲକ୍ଷ୍ୟ ହେଉଛି ଭାରତ ନିଜସ୍ବ ସ୍ବଦେଶୀ ନାଭିଗେସନ ସିଷ୍ଟମ ‘ନାଭିକ୍‌’ର ପ୍ରତିଷ୍ଠା କରିବା । ଏହାଦ୍ବାରା ଆମେରିକୀୟ ନାଭିଗେସନ ସିଷ୍ଟମ GPS ବଦଳରେ ସ୍ବଦେଶୀ ନାଭିଗେସନ ସିଷ୍ଟମକୁ ବ୍ୟବହାର କରାଯାଇପାରିବ ।

ଏହା ବି ପଢନ୍ତୁ
  1. ISROର ସେଞ୍ଚୁରୀ; ଜାନୁଆରୀ 29ରେ ଶ୍ରୀହରିକୋଟାରୁ 100ତମ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ
  2. ISROର ନୂଆ ମୁଖ୍ୟ ଭି ନାରାୟଣନ

Last Updated : Jan 29, 2025, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.