ଖୋର୍ଦ୍ଧାରେ ବନ୍ୟା, ଉବୁଟୁବୁ ହେଉଛି ଗାଁ ଗଣ୍ଡା - ଖୋର୍ଦ୍ଧାରେ ଗାଁ ଗଣ୍ଡା ଜଳମଗ୍ନ
🎬 Watch Now: Feature Video
ମହାନଦୀ ଫୁଲିବା ପରେ ଖୋର୍ଦ୍ଧା ଜିଲ୍ଲାରେ ପଶିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ମହାନଦୀର ଶାଖା ନଦୀ ରାଜୁଆ ନଦୀରେ ବନ୍ୟା ଆସିଲେ ଖୋର୍ଦ୍ଧା ବ୍ଲକର ତିନୋଟି ପଞ୍ଚାୟତ ପ୍ରଭାବିତ ହୁଏ । ତେଣୁ ବର୍ତ୍ତମାନ ଓରବରସି, ନରଣ ଗଡ ପଞ୍ଚାୟତର ୫ରୁ ୬ଟି ଗାଁରେ ବନ୍ୟାଜଳ ମାଡିଛି । ପ୍ରାୟ ୧୦ ଫୁଟ ଉଚ୍ଚରେ ପାଣି ହିରୀମୂଳ, ଡିହଖଳା, ଓରବର୍ ସିଂ, ଗାଁ ଚାରିପଟେ ପ୍ରଭାବିତ ହେଉଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଗାଁ ଭିତରକୁ ଯିବାକୁ ପ୍ରଶାସନ ପକ୍ଷରୁ ଡ଼ଙ୍ଗା ବ୍ୟବସ୍ଥା କରାଯାଇଛି । ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଉଥିବାରୁ ଲୋକମାନେ ଆଶ୍ରୟସ୍ଥଳକୁ ଯିବା ପାଇଁ ସଜାଗ ରହିଛନ୍ତି । ଯେଉଁମାନଙ୍କ ଉଚ୍ଚା ପକ୍କା ଘର ଅଛି ସେମାନେ ନିରାପଦରେ ଅଛନ୍ତି । ବ୍ଲକ ପ୍ରଶାସନିକ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା