ଅଯୋଧ୍ୟାର ରାମ କି ପୈଡିରେ ବାଇକ ଚଳାଇଲେ ଯୁବକ, ଭିଡିଓ ଭାଇରାଲ - ରାମ କି ପୈଡିରେ ବାଇକ ଚଳାଇଲେ ଯୁବକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15745124-thumbnail-3x2-ayo.jpg)
ଲକ୍ଷ୍ନୌ: ଅଯୋଧ୍ୟାର ରାମ କି ପୈଡି (Ram ki Paidi ayodhya)ରୁ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି । ପବିତ୍ର ରାମ କି ପୈଡିରେ ଶହ ଶହ ଲୋକ ଗାଧୋଉଥିବା ସମୟରେ ଜଣେ ଯୁବକ ପାଣି ଭିତରେ ବାଇକ୍ ଚଳାଇଛନ୍ତି । ଏହାକୁ ନେଇ ଅଯୋଧ୍ୟାବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଯୁବକଙ୍କ ରାମ କି ପୈଡିରେ ବାଇକ ଚଲାଉଥିବାର ଭିଡିଓ ଖୁବ୍ ଭାଇରାଲ ହେଉଛି । ପୂର୍ବରୁ ଜଣେ ଦମ୍ପତି ଏହି ପବିତ୍ର ସ୍ଥାନରେ ଅଶାଳୀନ ହରକତ କରିବା ଏବଂ ପରେ ଏନେଇ ତାଙ୍କୁ ମାଡ ମରାଯିବା ଘଟଣା ଖୁବ୍ ହଇଚଇ ସୃଷ୍ଟି କରିଥିଲା ।