thumbnail

By

Published : Oct 5, 2022, 10:55 PM IST

ETV Bharat / Videos

ଶମ୍ଭୁରା ଦୁର୍ଗାଙ୍କର ନିଆରା ପରମ୍ପରା, ହୁଏ ନାହିଁ ସିନ୍ଦୁର ଖେଳ

କେନ୍ଦ୍ରାପଡ଼ା: ଏ ହେଉଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମହାପ୍ରଭୁ ବଳଦେବଜୀଉଙ୍କ ଅନତି ଦୂରରେ ଅବସ୍ଥିତ ମା' ଶମ୍ଭୁରା ଦୁର୍ଗାଙ୍କ ପୀଠ । ରାଜାରାଜୁଡା ଅମଳରୁ ଜମିଦାର ଶମ୍ଭୁ ରାୟଙ୍କ ନାମାନୁସାରେ ମା'ଙ୍କୁ ଶମ୍ଭୁରା ଦୁର୍ଗା ନାମକରଣ କରାଯାଇଛି । ପ୍ରାଚୀନ ପରମ୍ପରା ଓ ରୀତିନୀତି ଅନୁଯାୟୀ ବଙ୍ଗୀୟ ପରମ୍ପରାରେ ପୂଜା ପାଉଥିବା ମା' ଶମ୍ଭୁରା ଦୁର୍ଗାଙ୍କ ପାଖରେ ନା ହୁଏ ଅପରାଜିତା ପୂଜା ନା କରାଯାଏ ସିନ୍ଦୁର ଖେଳ । କେବଳ ଅଷ୍ଟମୀ ତିଥିରେ ମା'ଙ୍କ ପାଖରେ ପୂଜା ହୋଇଥିବା ଝୁଣା ଓ ମା'ଙ୍କ ପାଦରେ ଲାଗି କରାଯାଇଥିବା ସିନ୍ଦୁର ପାଇବା ପାଇଁ ଭକ୍ତମାନେ ଧାଡି ଲଗାଇଥାନ୍ତି । ଆଜି ବିଜୟାଦଶମୀ ଅବସରରେ ମା'ଙ୍କୁ ମେଲାଣି ଦିଆଯିବା ସମୟରେ ଜଗତରୁ କୋଭିଡ ମହାମାରୀ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି କମିଟି ସଦସ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.