thumbnail

Viral Video: ପାର୍କିଂରେ ଛିଡା ହୋଇଥିଲା, ହଠାତ୍‌ ଜଳି ଉଠିଲା ଟ୍ରକ

By

Published : Apr 27, 2022, 7:53 AM IST

କଟକ: ପାର୍କିଂରେ ଥିବା ଏକ ଟ୍ରକଟି ଜଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓଟି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏହି ଟ୍ରକଟିରେ କିପରି ନିଆଁ ଲାଗିଲା ତାହାର କୈଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ୧୫ ସେକେଣ୍ଡର ଏହି ଭିଡିଓରେ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ବିସ୍ଫୋରଣ ମଧ୍ୟ ଘଟିଛି । ଯଦିଓ ପାଖରେ ଏକ ଟ୍ରକଟି ରହିଛି । କିନ୍ତୁ ସେଥିରେ ନିଆଁ ଲାଗି ନାହିଁ। ମାତ୍ର ବିସ୍ଫୋରଣରୁ ଅନୁମାନ କରାଯାଇପାରେ ଯେ ଟ୍ରକଟିର ଅବସ୍ଥା କଣ ହୋଇଥିବ । ତେବେ ସେହି ଟ୍ରକଟିରେ କୈଣସି ସାମଗ୍ରୀ ଥିଲା କି ନାହିଁ ସେନେଇ ମଧ୍ୟ କୈଣସି ସୂଚନା ମିଳିପାରିନାହିଁ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.