ETV Bharat / state

ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁ ଘଟଣା,ଏମିତି କହିଲେ ବିଭାଗୀୟ ମନ୍ତ୍ରୀ - Forester Death case

ଫରେଷ୍ଟର ଜୀବନ ହାରିବା ଘଟଣାରେ ଡିଏଫଓ ନିଲମ୍ବିତ ହୋଇଛନ୍ତି । ଏନେଇ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : 2 hours ago

Forester Death case
Forester Death case (ETV Bharat Odisha)

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟର ଜୀବନ ହାରିବା ଘଟଣା । ଏନେଇ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, "ମାମଲା ଏବେ ବିଚାରାଧୀନ ଅଛି । ବିଭାଗ ମଧ୍ୟ ତଦନ୍ତ କରୁଛି । ଡିଏଫଓ ନିଲମ୍ବିତ ହୋଇଛନ୍ତି । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ଜ୍ୱଳନ୍ତ ଉଦାହରଣ ହେବ।"

ଚାରା ଉପହାର ଦେଲେ ମନ୍ତ୍ରୀ:

Forester Death case (ETV Bharat Odisha)

ଗୃହ ପ୍ରବେଶ ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିଆରା ପ୍ରୟାସ । ଅତିଥି ମାନଙ୍କୁ ଗଛ ଉପହାର ଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଆଜି ନିଜ ସରକାରୀ ବାସଭବନରେ ଗୃହ ପ୍ରବେଶ କରୁଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏହି ଅବସରରେ ଆସିଥିବା ଅତିଥିମାନଙ୍କୁ ଗଛ ଚାରା ଉପହାର ଦେଇଛନ୍ତି ମନ୍ତ୍ରୀ । ଗୃହ ପ୍ରବେଶ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକମାନେ ଯୋଗଦେଇଥିଲେ । ତେବେ କଳାହାଣ୍ଡି ଫରେଷ୍ଟର ମୃତ୍ୟୁ ଘଟଣାକୁ ନେଇ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ରଖି ତଦନ୍ତ ଚାଲିଥିବା କହିଛନ୍ତି।

କ'ଣ ଥିଲା ପୂରା ଘଟଣା ?

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୮ତାରିଖରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସିଲଭି କଲଚର ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତଦେହ ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡାଲ୍ ନୋଟ୍‌ ମଧ୍ୟ ଜବତ କରିଥିଲା । ଏଥିରେ ରାୟଗଡ଼ା DFO ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ସହ ବାରମ୍ବାର ପିସି ମାଗିବା ପରେ ତାଙ୍କୁ ବଲାଙ୍ଗୀରକୁ ବଦଳି କରିଦେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ । ଏନେଇ ଡିଏଫଓ ଦେବେନ୍ଦ୍ରଙ୍କ ବିରୋଧରେ ମୃତ ଫରେଷ୍ଟରଙ୍କ ଭାଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ... ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ - Rayagada DFO suspended

ଏହା ମଧ୍ୟ ପଢନ୍ତୁ:-ଫରେଷ୍ଟର୍ ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଆରମ୍ଭ ହେଲା ବିଭାଗୀୟ ତଦନ୍ତ - Forester Sanjay Nayak Death Case

ଏହା ମଧ୍ୟ ପଢନ୍ତୁ:- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ମଧ୍ୟ ପଢନ୍ତୁ:- ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ - College Ragging

ଫେରାର ଥିଲେ DFO!
ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ପୋଲିସ DFO ଦେବେନ୍ଦ୍ର ବେହେରାଙ୍କୁ ଥାନାରେ ହାଜର ହେବାକୁ ପାଇଁ ସମନ କରିଥିଲା । ମାତ୍ର DFO ପୋଲିସକୁ ସହଯୋଗ କରିବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ । ପରେ DFO ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥଲେ । ହେଲେ କୋର୍ଟ ବେଲ୍‌ ପିଟିସନକୁ ଖାରଜ କରିବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.