thumbnail

ପାର୍ବଣରେ ମାତିଲେ ଚୋର, ମନ୍ଦିରରେ ବୁଲାଇଲେ କଳାକନା - THEFT FROM beleswar temple

By ETV Bharat Odisha Team

Published : 2 hours ago

ନିଆଳି: ମନ୍ଦିରରେ କଳକନା ବୁଲାଇଲେ ଦୁର୍ବୃତ୍ତ । ପାର୍ବଣ ଋତୁରେ ସକ୍ରିୟ ହୋଇଛନ୍ତି ଚୋର । କିଛି ଦିନ ଧରି ସହରରେ ଆପାର୍ଟମେଣ୍ଟକୁ ଟାର୍ଗେଟ କରିଥିବା ବେଳେ ଗତକାଲି ରାତିରେ ମନ୍ଦିରରୁ ଲୁଟ୍ ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ତ୍ରିବେଣୀ ତୀର୍ଥ ବେଲେଶ୍ୱର ମନ୍ଦିର ଓ ଦିୱାନି ପାଟଣା ଦୁଲ୍ଲା ଦେବୀ ମନ୍ଦିରରେ କଳକନା ବୁଲାଇଲେ ଚୋର । ମୂର୍ତ୍ତି ସହ ସୁନା-ରୂପା ଅଳଙ୍କାର ସବୁ ଲୁଟି ନେଇଛନ୍ତି ଦୃର୍ବୁତ୍ତ । ଗ୍ରାମବାସୀଙ୍କ ଦ୍ବାରା ଜଣେ ଚୋର କାବୁ ହୋଇଥିବା ବେଳେ ଅନ୍ୟମାନେ ଚମ୍ପଟ୍ ମାରିଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବେଲେଶ୍ୱର ମନ୍ଦିରର ଅଷ୍ଟ ଧାତୁ ସର୍ପ, ଶିବ ପାର୍ବତୀଙ୍କ ରୂପା, ସୁନା ମୁକୁଟ ଓ ଅନ୍ୟ ଅଳଙ୍କାର ଲୁଟି ନିକଟ ଦିୱ।ନି ପାଟଣା ଗ୍ରାମର ଅଧିଷ୍ଠାତ୍ରୀ ମା' ଦୂଲ୍ଲା ଦେବୀଙ୍କ ଅଳଙ୍କାର ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ପୋଲିସ ପାଟ୍ରୋଲିଂ କରୁନଥିବାରୁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଭଗବାନଙ୍କୁ ବି ଛାଡିଲେନି, ମା' କନକ ଦୁର୍ଗା ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ - Stolen From Maa Kanak Durga Temple  

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.