thumbnail

ଶତାଧିକ ମହିଳାଙ୍କୁ ଚୁନ ଲଗାଇଲେ ଦମ୍ପତି, ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର - two crore fraud in bhadrak

By ETV Bharat Odisha Team

Published : 2 hours ago

ଭଦ୍ରକ: ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇ ଫେରାର ସ୍ୱାମୀ-ସ୍ତ୍ରୀ । ଏଭଳି ଏକ ଠକେଇ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଅର୍ଜୁନବିନ୍ଧା ଅଞ୍ଚଳରୁ । ସୂଚନା ଅନୁଯାୟୀ ଅର୍ଜୁନବିନ୍ଧା ଅଞ୍ଚଳର ଜଣେ ଦମ୍ପତି ଶତାଧିକ ମହିଳାଙ୍କ ପାଖରୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି । ଟଙ୍କା ଦେଇଥିବା ମହିଳା ସେମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଉଭୟଙ୍କୁ କହିଥିଲେ । କାରଣ ବ୍ୟାଙ୍କରୁ ଋଣ ଉଠାଣ ପରେ ମହିଳାମାନେ ସେହି ଦମ୍ପତିଙ୍କୁ ଟଙ୍କା ଦେଇଥିଲେ । କିଛି ଦିନ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗାଁ ଛାଡି କେଉଁ ଆଡେ ଫେରାର ହୋଇଯାଇଥିଲେ । 

ତେବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଠକେଇର ଶିକାର ହୋଇଥିବା ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଥିଲା । ହେଲେ ପୀରହାଟ ଥାନା ପୋଲିସ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସେମାନେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ମହିଳାମାନେ ଫେରାର ଦମ୍ପତିଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ପାର୍ବଣରେ ମାତିଲେ ଚୋର, ମନ୍ଦିରରେ ବୁଲାଇଲେ କଳାକନା - THEFT FROM beleswar temple 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.