ETV Bharat / state

ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ - Durga Puja 2024

ଶାରଦୀୟ ଦୁର୍ଗା ପୂଜା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ । ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ।

author img

By ETV Bharat Odisha Team

Published : 2 hours ago

Navratri Durga Puja
Navratri Durga Puja (ETV Bharat Odisha)

ବୌଦ୍ଧ: ପାର୍ବଣ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ଆଲୋକ ମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ । ବିଭିନ୍ନ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରାଚୀନ ଦେବୀ ପୀଠରେ ମା' ଦୁର୍ଗାଙ୍କ ନବରାତ୍ର ପୂଜନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହେଉଛି ।

ଚଳଚଞ୍ଚଳ ଶକ୍ତିପୀଠ:

ଶାରଦୀୟ ଦୁର୍ଗା ପୂଜା ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ବିଭିନ୍ନ ନବରାତ୍ର ପୂଜା ମଣ୍ଡପ । ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣା କଟକ ସ୍ଥିତ ମା' ଭୈରବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଅତ୍ୟନ୍ତ ଗୋପନୀୟ ଷୋହଳ ପୂଜା ଅନୁଷ୍ଠିତ ହେଉଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଓ ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ବାରଣ ଥିବା ବେଳେ କେବଳ ସେବାୟତଙ୍କ ଦ୍ବାରା ଦେବୀ ଭୈରବୀଙ୍କ ଷୋଳ ପୂଜା ଅତ୍ୟନ୍ତ ଗୋପନୀୟ ଭାବରେ ସମ୍ପାଦନ ହେଉଛି । ଏହାଛଡା ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତର ବେହେରାପଡା ଗ୍ରାମରେ ବିରାଜିତ ଦେବୀ ମାହେଶ୍ବରୀ ଓ ବାମଣ୍ଡା ଠାରେ ବିରାଜିତ ମାହେଶ୍ବରୀଙ୍କ ଶାରଦୀୟ ଷୋଳ ପୂଜା ଡୁମାଳ ସଂପ୍ରଦାୟର ଶ୍ରଦ୍ଧାଳୁଙ୍କ ଦ୍ବାରା ସମ୍ପାଦିତ ହେଉଛି ।

Navratri Durga Puja (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...କେଉଁ ରାଶିର ବ୍ୟକ୍ତିଙ୍କୁ ନବରାତ୍ରୀ ସପ୍ତାହରେ ମିଳିବ ମା' ଦୁର୍ଗାଙ୍କ କୃପା, ହେବ ଧନଧାନ୍ୟ ବର୍ଷା - WEEKLY RASIFALA

ଏହା ମଧ୍ୟ ପଢ଼ନ୍ତୁ...୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀର ପ୍ରଥମ ଦିନ, ମା' ସମଲେଇଙ୍କ ଶୈଳପୁତ୍ରୀ ବେଶ - Maa Samaleswari Rituals

ନଗର ପରିକ୍ରମା କରନ୍ତି ଦେବୀ ମା':

Navratri Durga Puja
Navratri Durga Puja (ETV Bharat Odisha)

ସେପଟେ ବୌଦ୍ଧ ଜିଲ୍ଲା ସଦର ମହକୁମା ମାଳିସାହି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜନ ଉତ୍ସବ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ ହେଉଛି । ଗଡଜାତ ଶାସନ କାଳରୁ ଦେବୀ କନକ ଦୁର୍ଗା ବୌଦ୍ଧର ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୂଜା ପାଉଥିବା ବେଳେ ସ୍ବାଧୀନତା ପରେ ମାଳିସାହି ଠାରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଆସୁଛି । ନବ ଦିନ ବ୍ୟାପୀ ଅନୁଷ୍ଠିତ ନବରାତ୍ରରେ ଦେବୀ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ୯ଟି ରୂପରେ ପୂଜାର୍ଚ୍ଚନା କରାଯାଉଛି । ଏଥିସହିତ ଦେବୀ ଦୁର୍ଗାଙ୍କ ଘଟକୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ବସ୍ତିରେ ପରିକ୍ରମା ପୂର୍ବକ ନଗର ଭ୍ରମଣ କରାଯାଇଥାଏ । ନବରାତ୍ର ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପ୍ରତିଦିନ ଜଗତଜନନୀ ମା' ଦୁର୍ଗାଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

Navratri Durga Puja
Navratri Durga Puja (ETV Bharat Odisha)
ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.