ETV Bharat / sports

ଭାରତକୁ ଟି20 ବିଶ୍ବକପ୍‌ ଜିତାଇଥିଲେ ପନ୍ତ ! ରୋହିତ ଖୋଲିଲେ ଗୁମର - Rohit Sharma on Pant

Rohit Sharma in Kapil Sharma Show : ଟି20 ବିଶ୍ବକପ୍‌ ଫାଇନାଲ୍‌ ଜିତିବାରେ ଦଳକୁ ସାହାଯ୍ୟ କରିଥିଲେ ପନ୍ତ । କପିଲ ଶର୍ମା ଶୋ'ରେ ଗୁମର ଖୋଲିଲେ ରୋହିତ । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

Rohit Sharma and Rishabh Pant
Rohit Sharma and Rishabh Pant (ETV Bharat)

ହାଇଦ୍ରାବାଦ : ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମନରେ ଟି20 ବିଶ୍ବକପ 2024ର ଫାଇନାଲ ବିଜୟ ଏବେବି ସତେଜ । ବିରାଟ କୋହଲିଙ୍କ ସଂଘର୍ଷପୂର୍ଣ୍ଣ ପାଳି ଓ ଭାରତୀୟ ବୋଲରଙ୍କ ଉତ୍କୃଷ୍ଟ ଡେଥ୍‌ ଓଭର ବୋଲିଂ ଯୋଗୁଁ ଭାରତ ଦୀର୍ଘ ବର୍ଷର ଅପେକ୍ଷା ଶେଷ କରି ଆଇସିସି ଟାଇଟଲ ଜିତିଥିଲା । ଭାରତୀୟ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଟି20 ବିଶ୍ବକପ୍‌ 2024ର ଫାଇନାଲ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଚତୁର ଚାଲ୍‌ର ଖୁଲାସା କରିଛନ୍ତି ।

ପନ୍ତଙ୍କ ବୁଦ୍ଧି ଭାରତକୁ ସୁହାଇଲା :-

ରୋହିତ କହିଛନ୍ତି ଯେ ଯେତେବେଳେ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଥିଲା, ସେତେବେଳେ ପନ୍ତ ଏପରି ପଦକ୍ଷେପ ନେଇଥିଲେ ଯାହା ଭାରତକୁ ଗତି ଧିମା କରିବାରେ ସାହାଯ୍ୟ କରିଥିଲା । ରୋହିତ କହିଛନ୍ତି, "ଦକ୍ଷିଣ ଆଫ୍ରିକାକୁ ଯେତେବେଳେ 30 ବଲରେ 30 ରନ୍ ଆବଶ୍ୟକ ଥିଲା, ଏହାର ଠିକ ପୂର୍ବରୁ ଏକ ଛୋଟ ବିରତି ହୋଇଥିଲା । ଖେଳ ରୋକିବା ପାଇଁ ପନ୍ତ ନିଜର ବୁଦ୍ଧିର ବ୍ୟବହାର କରିଥିଲେ ।

କପିଲ ଶର୍ମାଙ୍କ କମେଡି ଶୋ'ରେ ଆସିଥିବା ସମୟରେ ରୋହିତ କହିଛନ୍ତି ଯେ, ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା, ତେଣୁ ସେ ଆଣ୍ଠୁରେ ଟେପ୍ ଲଗାଇଥିଲେ, ଯାହା ଖେଳକୁ ମନ୍ଥର କରିଦେଇଥିଲା । କାରଣ ଖେଳ ଦ୍ରୁତ ଗତିରେ ଆଗକୁ ଚାଲିଥିଲା ଏବଂ ସେହି ସମୟରେ ବ୍ୟାଟର କେବଳ ଚାହୁଁଥିଲେ କିପରି ଶୀଘ୍ର ବୋଲିଂ କରାଯାଉ । ରୋହିତ କହିଛନ୍ତି, "ଯେତେବେଳେ ମୁଁ ଫିଲ୍ଡ ସେଟ୍ କରୁଥିଲି ଏବଂ ବୋଲରମାନଙ୍କ ସହିତ କଥାବାର୍ତ୍ତା କରୁଥିଲି, ହଠାତ୍ ମୁଁ ଦେଖିଲି ପନ୍ତ ଗ୍ରାଉଣ୍ଡରେ ପଡ଼ିଗଲା । ଫିଜିଓଥେରାପିଷ୍ଟ ଆସି ତାଙ୍କ ଆଣ୍ଠୁରେ ଟେପ୍ ଲଗାଉଥିଲେ । ମ୍ୟାଚ୍‌ ଶୀଘ୍ର ଆରମ୍ଭ ହେବା ପାଇଁ କ୍ଲାସେନ୍ (ଦ.ଆଫ୍ରିକା ବ୍ୟାଟର) ଅପେକ୍ଷା କରିଥିଲେ । ଆମେ ଜିତିବାର ଏହା ଏକମାତ୍ର କାରଣ ବୋଲି ମୁଁ କହୁନାହିଁ, କିନ୍ତୁ ଏହା ସେ ସମସ୍ତ ଚେଷ୍ଟା ମଧ୍ୟରୁ ଗୋଟିଏ । ପନ୍ତ ସାହେବ ତାଙ୍କ ଜ୍ଞାନକୁ ବ୍ୟବହାର କରିଥିଲେ ଏବଂ ପରିସ୍ଥିତି ଆମ ସପକ୍ଷରେ ଗଲା ।

ସ୍ଲେଜିଂ ବି କରିଥିଲେ ଭାରତୀୟ ଖେଳାଳି :-

ରୋହିତ ଏହା ମଧ୍ୟ କହିଛନ୍ତି ଯେ ବିପକ୍ଷ ଦଳକୁ ଅଡ଼ୁଆରେ ପକାଇବା ପାଇଁ ଭାରତୀୟ ଖେଳାଳି ସ୍ଲେଜିଂ ମଧ୍ୟ କରିଥିଲେ । ରୋହିତ କହିଛନ୍ତି, "ହାର୍ଦ୍ଦିକ ତାଙ୍କ ଓଭରରେ କ୍ଲାସେନଙ୍କୁ ଆଉଟ୍‌ କରିଥିଲେ ଏବଂ ଏହାପରେ ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି ହେବାକୁ ଲାଗିଲା । ତା’ପରେ ଆମର ସମସ୍ତ ଖେଳାଳି ଏକାଠି ହୋଇ ତାଙ୍କ ଦଳର ବ୍ୟାଟରମାନଙ୍କୁ ସ୍ଲେଜିଂ କରିବା ଆରମ୍ଭ କଲେ, ଯାହା ଖୋଲାଖୋଲି ଭାବେ ସବିଶେଷ ମୁଁ ଏଠାରେ କହି ପାରିବି ନାହିଁ, କିନ୍ତୁ ଏହା ଆବଶ୍ୟକ ଥିଲା କାରଣ ଆମକୁ ଯେକୌଣସି ସ୍ଥିତିରେ ଜିତିବାକୁ ଥିଲା । ଏପରିକି ଜିତିବା ପାଇଁ ଆମେ କିଛି ଫାଇନ ଦେବାକୁ ବି ପ୍ରସ୍ତୁତ ଥିଲୁ । ତେଣୁ ମୁଁ ଆମ ଖେଳାଳିଙ୍କୁ କହିଲି ସେମାନେ ତାଙ୍କ ବ୍ୟାଟରଙ୍କୁ ଯାହା ବି କହିବାକୁ ଚାହାଁନ୍ତି, କୁହନ୍ତୁ । ଆବଶ୍ୟକ ପଡ଼ିଲେ ଆମେ ପରେ ଅମ୍ପାୟାର ଏବଂ ରେଫରିମାନଙ୍କ ସହିତ ଆଲୋଚନା କରିବୁ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.