ETV Bharat / business

୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ବଜେଟ: ପ୍ରଧାନମନ୍ତ୍ରୀ - PM MODI REACTION

କେନ୍ଦ୍ରୀୟ ବଜେଟ ୨୦୨୫-୨୬କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ 'ଏହା ଜନତା ଜନାର୍ଦ୍ଦନଙ୍କ ବଜେଟ' ।

File photo of PM Modi
File photo of PM Modi (PTI)
author img

By ETV Bharat Odisha Team

Published : Feb 1, 2025, 4:37 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଶନିବାର) ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ବଜେଟକୁ ପ୍ରଂଶସା କରିବା ସହ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ୧୪୦କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ବଜେଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୧୪୦କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନ ପୂରଣ ବଜେଟ:

ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଭାରତର ବିକାଶଯାତ୍ରାର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ । ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ, ଏହା ସମସ୍ତ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ବଜେଟ । ଅନେକ କ୍ଷେତ୍ର ଯୁବକମାନଙ୍କ ପାଇଁ ଖୋଲାଯାଇଛି । ସାଧାରଣ ନାଗରିକ ବିକଶିତ ଭାରତର ମିଶନକୁ ଉତ୍ସ ଯୋଗାଇବ । ଏହି ବଜେଟ ସାଧାରଣ ନାଗରିକଙ୍କ ସଞ୍ଚୟ ବଢାଇବ, ନିବେଶ ବଢାଇବ ଓ ଅଭିବୃଦ୍ଧି ବଢାଇବ । ଅର୍ଥମନ୍ତ୍ରୀ ଓ ତାଙ୍କ ଟିମକୁ ଏହି ଜନତା ଜନାର୍ଦ୍ଦନଙ୍କ ବଜେଟ ପାଇଁ ଧନ୍ୟବାଦ ଜଣାଉଛି ।"

'ସରକାରଙ୍କ ରାଜସ୍ୱ ନୁହେଁ ବରଂ ନାଗରିକଙ୍କ ସଞ୍ଚୟକୁ ଫୋକସ୍'

ସେ ଆଉ ମଧ୍ୟ କହିଛନ୍ତି, "ସାଧାରଣତଃ ବଜେଟର ଫୋକସ, ସରକାରଙ୍କ ରାଜସ୍ୱ କିପରି ଭରିବ ତାହା ଉପରେ ରହିଥାଏ । କିନ୍ତୁ ଏହି ବଜେଟ ଏହାର ସମ୍ପୂର୍ଣ୍ଣ ବିପରୀତ । ଏହି ବଜେଟ ଦେଶର ନାଗରିକଙ୍କ ଆୟ କିଭଳି ବଢିବ, ସଞ୍ଚୟ କିଭଳି ବଢିବ, ଦେଶର ନାଗରିକ ବିକାଶର ଭାଗୀଦାର କିଭଳି ବନିବେ ତାକୁ ଗୁରୁତ୍ୱ ଦେଉଛି । ଏହି ବଜେଟରେ ସଂସ୍କାର ଦିଗରେ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।"

ରୋଜଗାରକୁ ପ୍ରାଥମିକତା:

ନ୍ୟୁକ୍ଲିୟର ଏନର୍ଜିରେ ଘରୋଇ ସେକ୍ଟରକୁ ଉତ୍ସାହିତ କରିବା ନିଷ୍ପତ୍ତି ଐତିହାସିକ ନିଷ୍ପତ୍ତି । ବଜେଟରେ ରୋଜଗାରର ସମସ୍ତ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଇନଫ୍ରାଷ୍ଟ୍ରକ୍ଚରକୁ ଗୁରୁତ୍ୱ ଦିଆଯିବା କାରଣରୁ ଭାରତରେ ବୃହତ ଜାହାଜ ନିର୍ମାଣକୁ ପ୍ରାଥମିକତା ମିଳିବ । ଆତ୍ମନିର୍ଭର ଭାରତକୁ ଦିଗ ମିଳିବ । ଜାହାଜ ନିର୍ମାଣ ସର୍ବାଧିକ ରୋଜଗାର ଦେଉଥିବା କ୍ଷେତ୍ର । ସେହିଭଳି ପର୍ଯ୍ୟଟନ ପାଇଁ ବହୁତ ସମ୍ଭାବନା ରହିଛି । ୫୦ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଯେଉଁ ହୋଟେଲ ନିର୍ମାଣ ହେବ । ଏହା ସେବା କ୍ଷେତ୍ରରେ ରୋଜଗାର ଯୋଗାଇବ ।

କୃଷକ ଓ ଗ୍ରାମୀଣ ଅର୍ଥନୀତି ବ୍ୟବସ୍ଥାକୁ ଗୁରୁତ୍ୱ:

ବଜେଟରେ ୧ କୋଟି ପାଣ୍ଡୁ ଲିପି ସଂରକ୍ଷଣ ପାଇଁ ମିଶନ ଲଞ୍ଚ କରାଯାଇଛି । ବଜେଟରେ କୃଷକମାନଙ୍କ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା କୃଷି କ୍ଷେତ୍ର ଓ ଗ୍ରାମୀଣ ଅର୍ଥନୀତି ବ୍ୟବସ୍ଥା ପାଇଁ ନୂଆ କ୍ରାନ୍ତିର ଆଧାର ହେବ । ପିଏମ ଧନଧାନ୍ୟ କୃଷି ଯୋଜନା ଆଧାରରେ ୧୦୦ ଜିଲ୍ଲାରେ ସିଞ୍ଚନ ଓ ଇନଫ୍ରାଷ୍ଟକରର ବିକାଶ ହେବ । କିଷାନ କ୍ରେଡିଟ କାର୍ଡ ଲିମିଟ୍ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାରୁ ଚାଷୀଙ୍କୁ ସାହାଯ୍ୟ ମିଳିବ ।

ଆୟଦାତାଙ୍କୁ ମିଳିବ ବଡ ଲାଭ:

ଏହି ବଜେଟରେ ୧୨ ଲକ୍ଷ ଆୟ ଟ୍ୟାକ୍ସରୁ ମୁକ୍ତ କରାଯାଇଛି । ସମସ୍ତ ଆୟ ବର୍ଗ ଲୋକମାନଙ୍କ ପାଇଁ ଟ୍ୟାକ୍ସରେ କମ କରାଯାଇଛି । ଏହା ବଡ ଫାଇଦା ମଧ୍ୟବିତ୍ତ ପରିବାରକୁ ମିଳିବ । ଯେଉଁମାନେ ନୂଆ ଚାକିରି କରିଛନ୍ତି ସେମାନେ ଇନକମ ଟ୍ୟାକ୍ସରୁ ମୁକ୍ତି ପାଇପାରିବେ । ଏହି ବଜେଟରେ ଉତ୍ପାଦନ କ୍ଷେତ୍ରରେ ୩୬୦ ଡିଗ୍ରୀ ଫୋକସ କରାଯାଇଛି । ଯାହାଦ୍ୱାରା ଉଦ୍ୟୋଗୀ MSME, ଛୋଟ ଉଦ୍ୟୋଗୀଙ୍କୁ ଲାଭ ମିଳିବ ଓ ନୂଆ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ଭାରତୀୟ ଉତ୍ପାଦ ବୈଶ୍ୱିକ ବଜାରରେ ଲୋକପ୍ରିୟ ହୋଇପାରିବ । MSME ଓ Start up ପାଇଁ କ୍ରେଡିଟ ଗ୍ୟାରେଣ୍ଟି ୨ ଗୁଣା ବଢାଯାଇଛି । ଦେଶର SC, ST ଓ ମହିଳା, ଯେଉଁମାନେ ନୂଆ ନୂଆ ଉଦ୍ୟୋଗୀ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ୨ କୋଟି ପର୍ଯ୍ୟନ୍ତ ଲୋନର ଯୋଜନା ଅଣାଯାଇଛି ।

ଏହାମଧ୍ୟ ପଢନ୍ତୁ...

ସାଧାରଣ ବଜେଟ 2025: ମଧ୍ୟବିତ୍ତଙ୍କୁ ବଡ ରିହାତି, 12 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ

ମହିଳାଙ୍କ ପାଇଁ ବଡ ଘୋଷଣା, 2 କୋଟି ପର୍ଯ୍ୟନ୍ତ ମିଳିବ ଋଣ

କେନ୍ଦ୍ର ବଜେଟ 2025; ଶସ୍ତା ହେବ ଟିଭି, ସ୍ମାର୍ଟଫୋନ ପରି ବୈଦ୍ୟୁତିକ ଉପକରଣ

MSME ପାଇଁ ବଜେଟରେ ବଡ ଘୋଷଣା, ବଢ଼ିବ କ୍ରେଡିଟ ଗ୍ୟାରେଣ୍ଟି

ଐତିହାସିକ ଜନାର୍ଦ୍ଦନ ବଜେଟ:

ଏହି ବଜେଟ ଦେଶର ବର୍ତ୍ତମାନ ଆବଶ୍ୟକତାକୁ ଧ୍ୟାନରେ ରଖିବା ସହ ଭବିଷ୍ୟତର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ । ଏହା ଐତିହାସିକ ଜନାର୍ଦ୍ଦନ ବଜେଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.