ETV Bharat / business

ସବୁ ଜିଲ୍ଲାରେ ହେବ କ୍ୟାନ୍ସର ହସ୍ପିଟାଲ, 36 ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ - UNION BUDGET 2025

କେନ୍ଦ୍ର ସରକାରଙ୍କ ଫୋକସରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ । ‘Heal in India’ ଅଭିଯାନରେ ମେଡିକାଲ୍ ଟ୍ୟୁରିଜିମକୁ ମଧ୍ୟ ଫୋକସରେ ରଖାଯାଇଛି ।

health budget 2025
health budget 2025 (ETV Bharat Graphics)
author img

By ETV Bharat Odisha Team

Published : Feb 1, 2025, 5:48 PM IST

ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ । ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରିଛନ୍ତି ସୀତାରମଣ । ଆର୍ଥିକ ପେଡି ଖୋଲି ସୀତାରମଣ ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । 98,311 କୋଟି ଟଙ୍କା ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଆବଣ୍ଟନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଘୋଷଣା କରି ପ୍ରତି ଜିଲ୍ଲାରେ ଆଗାଗମୀ 3 ବର୍ଷରେ କ୍ୟାନସର ହସ୍ପିଟାଲ ଖୋଲିବାକୁ ଘୋଷଣା କରିଛନ୍ତି ସୀତାରମଣ ।

ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ- ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ କହିଲେ ଅର୍ଥମନ୍ତ୍ରୀ । କ୍ୟାନ୍‌ସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତା ହେବ । ୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ । ୩୬ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି/ସିମା ଶୁଳ୍କ ସଂପୂର୍ଣ୍ଣ ଛାଡ଼ ହେବ ବୋଲି ଆଜି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ବୀମା କ୍ଷେତ୍ରରେ ଏଫ୍‌ଡିଆଇ ୭୫%ରୁ ୧୦୦%କୁ ବୃଦ୍ଧି-ବୀମା କ୍ଷେତ୍ର ପାଇଁ FDI ସୀମା ୭୪ ରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ । ଯେଉଁ କମ୍ପାନୀ ଭାରତରେ ସମ୍ପୂର୍ଣ୍ଣ ପ୍ରିମିୟମ୍ ନିବେଶ କରିଛନ୍ତି ଏହା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ।

5 ବର୍ଷରେ 75 ହଜାର ମେଡିକାଲ ସିଟ୍‌-ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ । ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍‌ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ବୃଦ୍ଧି ଲକ୍ଷ୍ୟ ।

ସବୁ ଜିଲ୍ଲା ହସ୍ପିଟାଲ୍‌ରେ ରହିବ କ୍ୟାନ୍ସର ଚିକିତ୍ସା କେନ୍ଦ୍ର-ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ । ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି ଘଟିଛି । 200 କ୍ୟାନସର ଡେ କେୟାର ସେଣ୍ଟର ମେଡିକାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ । ମେଡିକାଲ ଟ୍ୟୁରିଜିମକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.