ETV Bharat / business

ପ୍ରଭାବୀ ନୁହେଁ ବଜେଟ, ଓଡ଼ିଶା ପାଇଁ ନାହିଁ ସ୍ୱତନ୍ତ୍ର ପ୍ୟାକେଜ: ବିଧାୟିକା ସୋଫିଆ ଫିର୍ଦ୍ଦୋଶ - UNION BUDGET 2025

ବଜେଟକୁ ନେଇ କଣ କହୁଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ

ବଜେଟକୁ ନେଇ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରତିକ୍ରିୟା
ବଜେଟକୁ ନେଇ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରତିକ୍ରିୟା (ETV Bharat Odisha)
author img

By ETV Bharat Odisha Team

Published : Feb 1, 2025, 5:57 PM IST

କଟକ/ସମ୍ବଲପୁର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଶନିବାର)କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ଏହି ବଜେଟକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବଜେଟକୁ ନୈରାଶଜନକ କହିଛନ୍ତି ।

ବଜେଟକୁ ନେଇ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରତିକ୍ରିୟା (ETV Bharat Odisha)

ପ୍ରଭାବୀ ନୁହେଁ ବଜେଟ:

ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି," ବିକଶିତ ଭାରତ ଗଢିବା ପାଇଁ ଜିଡିପି ଅଭିବୃଦ୍ଧି ହାର ଦରକାର ୮ ପ୍ରତିଶତ । ଯଦି ଲଗାତର ୧୦ ବର୍ଷ ଧରି ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ତାହାଲେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ । ଦୁଃଖର କଥା, ୪ ବର୍ଷ ମଧ୍ୟରେ ସବୁଠୁ କମ ଜିଡିପି ୬.୪ ପ୍ରତିଶତ ଏଥର ରହିଛି । ଏହି ବଜେଟରେ ଭୂମି ଓ ଶ୍ରମିକ ନେଇ ଅନେକ ସଂସ୍କାରର ଆବଶ୍ୟକ ଥିଲା । ଯାହାଫଳରେ ଜିଡିପି ବଢିପାରିଥାନ୍ତା । ମଧ୍ୟବିତ୍ତ ପରିବାରକୁ ଆବଶ୍ୟକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଦର କମ କରିବା । ଦୁର୍ଭାଗ୍ୟବଶତଃ ନିତ୍ୟ ବ୍ୟବହାର୍ଯ୍ୟ ଦର ଉପରେ ଟ୍ୟାକ୍ସ କମ କରାଯାଇନାହିଁ । ଓଡ଼ିଶା ସମସ୍ତ କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କରିଆସୁଛି । କିନ୍ତୁ ବଜେଟରେ ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଥିବା ବେଳେ ଓଡ଼ିଶା ପାଇଁ କୌଣସି ସ୍ୱତନ୍ତ୍ର ପ୍ୟାକେଜ ନାହିଁ । ଏହା ପ୍ରଭାବୀ ବଜେଟ ହୋଇପାରିନାହିଁ ।"

ବିହାରକୁ ଅଧିକ ଗୁରୁତ୍ୱ:

ସେହିଭଳି ଅର୍ଥନୈତିଜ୍ଞ ଲିପିଶ୍ରୀ ଦାସ କହିଛନ୍ତି, "ବଜେଟରେ ମଧ୍ୟବିତ୍ତ ପରିବାର ପାଇଁ ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ କରାଯାଇଛି । କିନ୍ତୁ ମଧ୍ୟବିତ୍ତ ପରିବାରର ରୋଜଗାର ଏବେ ୧୨ ଲକ୍ଷ ଉପରେ ରହିଛି । କହିବାକୁ ଗଲେ ଏହା ସେତେଟା ରିହାତି ଲୋକଙ୍କୁ ମିଳିନି । ଅଳ୍ପ କିଛି ଲୋକ ଏଥିରେ ଲାଭ ପାଇବେ । କୃଷକଙ୍କ ପାଇଁ ଧନ-ଧ୍ୟାନ କୃଷି ଯୋଜନା ରହିଛି । ଆତ୍ମନିର୍ଭର ଭାରତ ଯୋଜନା ୬ ବର୍ଷ ପାଇଁ ଚାଲିବ । କିଷାନ କ୍ରେଡିଟ କାର୍ଡରେ କୃଷକମାନେ ଅଧିକ ଲୋନ ପାଇପାରିବେ । MSMEକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ସରକାର ବିହାରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସାମାଜିକ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇନାହିଁ ।"

ଏହାମଧ୍ୟ ପଢନ୍ତୁ...

୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ବଜେଟ: ପ୍ରଧାନମନ୍ତ୍ରୀ

ଚମକିବ ସହର, ବଜେଟରେ ସହରାଞ୍ଚଳ ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କା

ବଜେଟ: ବଢିଲା କିସାନ କ୍ରେଡିଟ କାର୍ଡ ଲିମିଟ୍, ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ

ରାଜ୍ୟ ସହ ସହଭାଗିତାରେ 50ଟି ପର୍ଯ୍ୟଟନସ୍ଥଳୀର ହେବ ବିକାଶ

'ବଜେଟ ଦ୍ୱାରା ବିକଶିତ ଭାରତର ମୂଳଦୁଆ ପଡିଛି'

ବଜେଟକୁ ନେଇ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ୱାଲ କହିଛନ୍ତି," ଏହି ବଜେଟ ଦ୍ୱାରା ବିକଶିତ ଭାରତର ମୂଳଦୁଆ ପଡିଛି l ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରହିଛି ବିକଶିତ ଭାରତ ପାଇଁ ଏଥିପାଇଁ 3 ରୁ 4 ଟି ବିଷୟରେ ଆବଶ୍ୟକତା ରହିଛି ଯାହା ଏହି ବଜେଟରେ ଦେଖିବାକୁ ମିଳିଛି l ପ୍ରଥମ କଥା ହେଉଛି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରୁ ଟ୍ୟାକ୍ସ ବୋଝ ହ୍ରାସ କରାଯାଇଛି l ଆମ ଦେଶରେ ସବୁଠାରୁ ବଡ଼ କରଦାତା ମଧ୍ୟବିତ୍ତ ଶ୍ରେଣୀର ଲୋକ ଥିବା ବେଳେ ତାଙ୍କ ଉପରୁ ଟିକସର ବୋଝ ହ୍ରାସ କରାଯାଇଛି l 12 ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ କରାଯାଇଛି l ଦ୍ଵିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଜେଟରେ AI ସେକ୍ଟର ପାଇଁ 500 କୋଟିର ପ୍ରାବଧାନ ରହିଛି l ଏହା ଏକ ବହୁତ ବଡ଼ ପଦକ୍ଷେପ l ଏହା ସହ ଷ୍ଟାର୍ଟ ଅପ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାସହ କୃଷି, କୃଷି ସମ୍ପର୍କୀୟ ବ୍ୟବସାୟ ଓ ଚାଷୀଙ୍କ ପାଇଁ ବହୁତ ରିହାତି ବ୍ୟବସ୍ଥା ରଖାଯାଇଛି ଏହା ମଧ୍ୟ ଏକ ଭଲ ପଦକ୍ଷେପ l"

ଇଟିଭି ଭାରତ, କଟକ/ ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.