thumbnail

ବାଇକରେ ଆସିଲେ 3 ଲକ୍ଷ ଝାମ୍ପିନେଲେ, ରାଜଧାନୀରେ ଚାଞ୍ଚଲ୍ୟ - Loot From Woman

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଦ୍ରୁତ ବେଗରେ ଆସିଲେ । ଆଖି ପିଛୁଳାକେ ଝାମ୍ପି ନେଲେ ଟଙ୍କା ଭର୍ତ୍ତି ବ୍ୟାଗ । ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇଛନ୍ତି ଦୁବୃର୍ତ୍ତ । ଖୋଦ ରାଜଧାନୀ ଛାତିରେ ଏଭଲି ଲୁଟ ଘଟିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ଏଟିଏମ୍ ଛକରୁ ସାମ୍ନାକୁ ଆସିଛି ଘଟଣା । ପୋଲିସ ହାତରେ‌ ଲାଗିଛି ସିସିଟିଭି ।
 

ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି ପ୍ରତିମା ବେହେରା । ନିଜର ଘରକାମ ଚାଲୁ ରହିଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଭାଇର ସାଙ୍ଗ ସହ ଗାଡିରେ ଫେରୁଥିଲେ ପ୍ରତିମା । ଘରଠାରୁ କିଛି ଦୂରରେ ସେମାନଙ୍କୁ ଏକ ବାଇକରେ ୨ ଜଣ ବ୍ୟକ୍ତି କ୍ରସ କରିଥିଲେ । ପରେ ଗାଡ଼ି ଆଣି ତାଙ୍କ ଗାଡ଼ି ସାମ୍ନାରେ ରଖି ପ୍ରତିମାଙ୍କ ଠାରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ପ୍ରତିମା ଗାଡ଼ିରୁ ତଳେ ପଡ଼ି ଯାଇଥିଲେ । ଏତିକି ବେଳେ ଟଙ୍କା ବ୍ଯାଗ ଧରି ସେଠାରୁ ଛୁ ମାରିଥିଲେ ୨ ଦୁବୃର୍ତ୍ତ । ତେବେ ବ୍ୟାଗରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରହିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରେ ତନାଘନା ଆରମ୍ଭ କରିଛି ପୋଲିସ । ପ୍ରତିମାଙ୍କ ଗାଁର ଜଣେ ବ୍ୟକ୍ତି, ଯାହାର ଜାଗା ବାଡି ପାଇଁ ତାଙ୍କ ସହ ଶତ୍ରୁତା ଥିଲା ସେ ତାଙ୍କ ପିଲା ଲଗାଇ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି ପ୍ରତିମା ।
 

ଏହା ମଧ୍ୟ ପଢ଼ନ୍ତୁ...ମୈତ୍ରୀବିହାର ଲଜ୍ଜା: ପଡୋଶୀ ସାଜିଥିଲେ ସଇତାନ, 3 ଗିରଫ - Maitribihar Apartment Rape Case

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.