thumbnail

ପାଣି ସୁଅରେ ଭାସିଗଲା ଟ୍ରାଭେରା, ଡ୍ରାଇଭର ମୃତ

By

Published : Aug 26, 2020, 7:55 PM IST

ଆନନ୍ଦପୁର: ଗତ ଦୁଇ ତିନି ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନଦୀ ଓ ନାଳ ଗୁଡ଼ିକର ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଳକ୍ ଅନ୍ତର୍ଗତ ଜଞ୍ଜାଳୀ ଗ୍ରାମ ନିକଟରେ ଥିବା ଘୋଷରା ନାଳ ପାର ହେଉଥିବା ବେଳେ ଏକ ଟ୍ରାଭେରା ଗାଡ଼ି ପାଣି ସୁଅରେ ଭାସିଯାଇଛି । ଗାଡ଼ି ଡ୍ରାଇଭର ମୃତ୍ୟୁବରଣ କରିଥିବାବେଳେ, ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.