ପ୍ରବଳ ଶୀତରେ ଗରମ ପାଣିର ମଜା ନେଉଛନ୍ତି ପର୍ଯ୍ୟଟକ - ଗରମ ପାଣିର ମଜା ନେଉଛନ୍ତି ପର୍ଯ୍ୟଟକ
🎬 Watch Now: Feature Video

ଖୋର୍ଦ୍ଧା: ଶୀତ ଆସିଲେ ସମସ୍ତେ ଗରମ ପାଣିରେ ଗାଧୋଇବା ପାଇଁ ଚାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟରେ ପାଣି ଗରମ କରି ଗାଧୋଇଥାନ୍ତି । କିନ୍ତୁ ଖୋର୍ଦ୍ଧାର ଅନନ୍ୟ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମପ୍ରସ୍ରବଣ ଠାରେ ଶୀତ ଦିନ ଆସିଲେ ଲାଗେ ପର୍ଯ୍ୟଟକଙ୍କ ଭିଡ଼ । ଏଠାରେ ବର୍ଷ ତମାମ ପାଣି ଉତ୍ତପ୍ତ ରହିଥାଏ, ଯାହାର ଉତ୍ତାପ 55 ଡିଗ୍ରୀ ସେଲସିଅସ ରହିଥାଏ । ଏହାସହ ଏହି ଉତ୍ତପ୍ତ ପାଣି ଗନ୍ଧକ ଯୁକ୍ତ । ତେଣୁ ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଦୂର ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ସକାଳୁ ସହ ସହ ସଂଖ୍ୟାରେ ପର୍ଯ୍ୟଟକ ଆସି ଏହାର ମଜା ନେଇଥାନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ