କେନ୍ଦ୍ରାପଡାରେ କାଳବୈଶାଖୀ ବର୍ଷା, ବିଦ୍ୟୁତ କାଟ କାରଣରୁ ଅନ୍ଧାରରେ ସହର - କେନ୍ଦ୍ରାପଡାରେ କାଳବୈଶାଖୀ ବର୍ଷା
🎬 Watch Now: Feature Video
କେନ୍ଦ୍ରାପଡା: ଦିନତମାମ ଗରମ ଏବଂ ଗୁଳୁଗୁଳିରୁ ତ୍ରାହି ମିଳିଛି । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ଓ ପବନ ହେବା ପରେ ଆଶ୍ୱସ୍ତ ହୋଇଛି କେନ୍ଦ୍ରାପଡା । ଆଜି(ଗୁରୁବାର) ସନ୍ଧ୍ୟା ଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହିତ ପବନ ବର୍ଷା ଲାଗିରହିଛି । କିନ୍ତୁ ବର୍ଷା ପବନ ସାଙ୍ଗକୁ ଘଡଘଡି ଲାଗି ରହିବାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ