କୁକୁର ଆକ୍ରମଣରେ ଛାତ୍ର ଗୁରୁତର, ସିସିଟିଭିରେ କଏଦ ହେଲେ ଭିଡିଓ - କୁକୁର ଆକ୍ରମଣରେ ଛାତ୍ର ଗୁରୁତର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15311063-614-15311063-1652804748479.jpg)
ମୁମ୍ବାଇ: ଛାତ୍ରଙ୍କୁ ଦଳେ କୁକୁରଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଛାତ୍ର । ମହାରାଷ୍ଟ୍ର ନାସିକର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଜଣେ ଛାତ୍ର ବାଟରେ ଯାଉଥିବା ସମୟରେ ହଠାତ୍ 4 ରୁ 5 କୁକୁର ତାଙ୍କୁ ଆକ୍ରମଣ କରିଥିଲେ । କୁକୁର ଏବଂ ଛାତ୍ରଙ୍କ ପାଟିଶୁଣି ନିକଟରୁ ଜଣେ ବ୍ଯକ୍ତି ଆସି ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି । ତେବେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆକ୍ରମଣ ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ