thumbnail

By

Published : Jul 16, 2022, 9:08 PM IST

ETV Bharat / Videos

Stray Animals Terror: ଘରେ ବାହାରେ ବୁଲା ଷଣ୍ଢର ଆକ୍ରମଣ, ବୃଦ୍ଧ ମୃତ

ଚଣ୍ଡିଗଡ଼: ହରିୟାଣାରେ ଦିନକୁ ଦିନ ବୁଲା ପଶୁଙ୍କ ଆତଙ୍କ (Attack of stray animals in Haryana) ବଢିବାରେ ଲାଗିଛି । ପ୍ରତିଦିନ ବୁଲା ପଶୁଙ୍କ କାରଣରୁ ଅନେକ ଲୋକ ଆହତ ହେଉଥିବା ବେଳେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଉଛି । କରନାଲର ମୋତି ନଗରରୁ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ୭୮ ବର୍ଷୀୟ ଜଣେ ବୃଦ୍ଧ ନିଜ ଘର ବାହାରେ ଚେୟାର ଉପରେ ବସିଥିବା ବେଳେ ଏକ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ତେବେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ (bull killed old man in karnal) ଘୋଷଣା କରିଛନ୍ତି । ଅନ୍ୟପଟେ ରେୱାଡି ଠାରେ ମଧ୍ୟ ଏକ ବୁଲା ପଶୁ ୫ ବର୍ଷର ଶିଶୁକୁ ଆକ୍ରମଣ କରିଛି । ଏହି ଆକ୍ରମଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.