VIRAL VIDEO: ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଦୁଃଖ ବଖାଣୁଛି ଚଷା ପୁଅ
🎬 Watch Now: Feature Video
ନୟାଗଡ଼: ଚାଷ ଜମିରେ ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଚଷା ପୁଅର ଦୁଃଖ ବଖାଣୁଛନ୍ତି ନୟାଗଡ଼ ଭାପୁରର ୨୩ ବର୍ଷୀୟ ଯୁବକ ସପନ ପ୍ରଧାନ । ଏହି ଗୀତରେ ଧାନବୁଣା ଠାରୁ ଆରମ୍ଭ କରି ଧାନ କଟା ପର୍ଯ୍ୟନ୍ତ ଚାଷୀ ଭୋଗୁଥିବା ଦୁର୍ଦ୍ଦଶା ବିଷୟରେ ଗୀତ ମାଧ୍ୟମରେ ବଖାଣିଛନ୍ତି ସପନ । ତେବେ ଭିନ୍ନ ଅନ୍ଦାଜରେ ତାଙ୍କର ଏହି ଗୀତ ଯିଏ ଶୁଣୁଛି ତାଜୁବ ହୋଇଯାଉଛି । ତାଙ୍କର ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ବେଶ ଟ୍ରେଣ୍ଡ କରୁଛି । ସପନଙ୍କ ଘର ନୟାଗଡ଼ ଭାପୁର ବ୍ଲକର ମହୁଲିଆ ଗାଁରେ । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ଗାଁ ଆଖଡ଼ାରେ ଏକଦା ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଇଟିଭି ଭାରତ, ନୟାଗଡ଼