ଜନ୍ମମାଟିକୁ ଫେରିଲେ ଯବାନ, ଗ୍ରାମବାସୀଙ୍କ ଭବ୍ୟ ସ୍ବାଗତ - ଜନ୍ମମାଟିକୁ ଫେରିଲେ ଯବାନ
🎬 Watch Now: Feature Video
ରାଇରଙ୍ଗପୁର: ଜନ୍ମ ମାଟିରେ ଯବାନଙ୍କୁ ଭବ୍ୟ ସ୍ବାଗତ । ଜଣେ ଭାରତୀୟ ଯବାନ ଅବସର ନେଇ ନିଜ ପୈତୃକ ଗ୍ରାମକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ବୁରୁଡି ଗ୍ରାମରେ ଜନ୍ମିତ ଚନ୍ଦ୍ରମୋହନ ଟୁଡୁ ଭାରତୀୟ ସେନା ଯବାନ ଭାବରେ ୨୦୦୫ ମସିହା ଠାରୁ ଯୋଗ ଦେଇଥିଲେ । ଦୀର୍ଘ ୧୭ ବର୍ଷ ଧରି ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରି ଅବସର ପରେ ଜନ୍ମମାଟିକୁ ଫେରିଛନ୍ତି । ଯବାନଙ୍କୁ ସ୍ବାଗତ କରିବା ପାଇଁ କେନ୍ଦୁଜିଆଣିଠାରୁ ବୁରୁଡି ଗ୍ରାମ ପର୍ଯ୍ୟନ୍ତ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟରେ ଶୋଭାଯାତ୍ରା ବାହାରିଥିଲା । ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ପୁରା ଗାଁ । ଗ୍ରାମବାସୀଙ୍କ ଏଭଳି ସ୍ବାଗତ ଦେଖି ଯବାନ ଜଣକ ଖୁସିରେ ଭାବବିହ୍ବଳ ହୋଇପଡ଼ିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର