ବିହାରରେ ଭୟାନକ ବିଶ୍ବାସ, ନାଗପଞ୍ଚମୀରେ ବିଷଧର ସାପଯାତ୍ରା

By

Published : Jul 21, 2022, 4:01 PM IST

thumbnail
ପାଟନା: ବିହାର ସମସ୍ତିପୁର ଜିଲ୍ଲାରେ ଏକ ଅଜବ ଓ ଭୟାନକ ଯାତ୍ରା ଦେଖିବାକୁ ମିଳିଛି । ପ୍ରତିବର୍ଷ ନାଗ ପଞ୍ଚମୀରେ ଏହି ଯାତ୍ରା ପାଳନ କରଯାଇଥାଏ । ସମସ୍ତିପୁରର ସିନ୍ଧିଆଘାଟରେ ବିଷଧର ସାପ ଯାତ୍ରା ପାଳନ ହୋଇଥାଏ । ଯାତ୍ରାରେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ବେକରେ ସାପ ଦେଖିବାକୁ ମିଳିଥାଏ । ବିଶ୍ବାସ ରହିଛି ସ୍ଥାନୀୟ ତନ୍ତ୍ରମନ୍ତ୍ର ଜରିଆରେ ପ୍ରଥମେ ସାପକୁ ନଦୀ ଭିତରୁ କାଢ଼ି ଥାଆନ୍ତି । ଏଥିନିମନ୍ତେ ଲୋକେ ଦୀର୍ଘ ସମୟ ଧରି ନଦୀରେ ବୁଡି ସାପ ଖୋଜିଥାନ୍ତି । ସାପକୁ ପୂଜାର୍ଚ୍ଚନା କରିବା ପରେ ପୁଣିଥରେ ନଦୀ ଭିତରେ ସାପକୁ ଛାଡ଼ି ଦିଆଯାଏ । ଏହି ବିଷଧର ସାପଗୁଡ଼ିକ ନାଗ ପଞ୍ଚମୀରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ପିଢୀ ପିଢୀ ଧରି ଏହି ପରଂପରା ଚାଲି ଆସିଛି ବୋଲି ଗ୍ରାମବାସୀ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.