thumbnail

By

Published : Jul 29, 2022, 5:50 PM IST

ETV Bharat / Videos

ତେଜିଲା ସ୍ବତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି, କଳାହାଣ୍ଡିରେ ଚକ ଅଖ ବନ୍ଦ

ଭବାନୀପାଟଣା: ଦୀର୍ଘ 20 ବର୍ଷ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ବତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛି । କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାବେଳେ ଗତ ୫ ତାରିଖରେ ବିଧାନସଭା ଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ଦାବିକୁ କର୍ଣ୍ଣପାତ କରି ନ ଥିଲେ । ଫଳରେ ଆଜି କୋଶଳାଞ୍ଚଳ ସହ ସଂଲଗ୍ନ ଉପକୂଳ ଓଡିଶାକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ଅର୍ଥନୈତିକ ଅବରୋଧ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ପଶ୍ଚିମ ଓଡିଶାର ଦେବଗଡ଼, ବୌଦ୍ଧ, ରେଡ଼ାଖୋଲ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଆନ୍ଦୋଳନ କରିଛନ୍ତି କର୍ମକର୍ତ୍ତା । ଏହି ବନ୍ଦରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବାବେଳେ ଚକଅଖ ବନ୍ଦ ରହିଛି । ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.