ETV Bharat / state

ଏଥର ଦଶହରାରେ ପୋଲିସ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ! ଅଧିକାରୀଙ୍କୁ ପାଠ ପଢାଇଲେ ଡିସିପି - Dussehra 2024

author img

By ETV Bharat Odisha Team

Published : 2 hours ago

Dussehra 2024: କମିଶନରେଟ ପୋଲିସର ଶାରଦୀୟ ପୂଜା ସୁରକ୍ଷା ପ୍ରସ୍ତୁତି । ଟ୍ରାଫିକରୁ ଶୃଙ୍ଖଳିତ ଦର୍ଶନ ଓ ଅପରାଧିକ ତତ୍ତ୍ବ ପର୍ଯ୍ୟନ୍ତ ଫୋକସ ଦେବା ସହ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

ଏଥର ଦଶହରାରେ ପୋଲିସ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ! ଅଧିକାରୀଙ୍କୁ ପାଠ ପଢାଇଲେ ଡିସିପି
ଏଥର ଦଶହରାରେ ପୋଲିସ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ! ଅଧିକାରୀଙ୍କୁ ପାଠ ପଢାଇଲେ ଡିସିପି (ETV Bharat Odisha)

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ ଅପଖ୍ୟାତି ମୁଣ୍ଡାଇଥିବା କମିଶନରେଟ ପୋଲିସ ଏବେ ସତର୍କ ହୋଇଛି । ପୂଜା ପାଇଁ ସୁରକ୍ଷା ପ୍ରସ୍ତୁତି ସମୟରେ ହସ ମୁହଁରେ ଉତ୍ତମ ବ୍ୟବହାର ସହ ଲୋକଙ୍କୁ ସେବା ଯୋଗାଇ ଦେବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବସିଥିବା ବୈଠକରେ ଗୁରୁମନ୍ତ୍ର ଦିଆଯାଇଛି । ଏନେଇ ରାତି ଡ୍ୟୁଟିକୁ ଗୁରୁତ୍ବ ସହ ରାତି 12ଟା ପରେ ଡ୍ୟୁଟି ପାଇଁ ଅଫିସର ଆଲର୍ଟ ରହିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରମାଦେବୀ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହୋଇଥିଲା ଏହି ଶାରଦୀୟ ପୂଜା ସୁରକ୍ଷା ପ୍ରସ୍ତୁତି ବୈଠକ । ଏଥିରେ ଡିସିପି ପ୍ରତୀକ ସିଂ ଓ ଭୁବନେଶ୍ବର କମିଶନରେଟ ପୋଲିସର ତମାମ ଅଧିକାରୀ ସାମିଲ ହୋଇଥିଲେ । ପାର୍ବଣକୁ ଅପରାଧମୁକ୍ତ ଓ ଶୃଙ୍ଖଳିତ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଉପରେ ଗୁରୁତ୍ଵାରୋପ କରାଯାଇଛି । ବିଭିନ୍ନ ମଣ୍ଡପର ସୁରକ୍ଷା ପ୍ରସ୍ତୁତି ସହ ଟ୍ରାଫିକ ସମସ୍ୟା ଓ ସମାଧାନ ପାଇଁ ଅଫିସରଙ୍କୁ ଆଲର୍ଟ କରଯାଇଛି । ଏଥିସହ ପୁଜା ସମୟରେ ସକ୍ରିୟ ହେଉଥିବା ଅପରାଧିକ ତତ୍ବ ଓ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ମହିଳାଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି । ପୂଜା ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଆତଯାତକୁ ଦୃଷ୍ଟିରେ ରଖି ବିଳମ୍ବିତ ରାତ୍ରିରେ ମଧ୍ୟ ଆଲର୍ଟ ରହିବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

  • ହସ ହସ ମୁହଁରେ ଲୋକଙ୍କୁ ସେବା ଦିଅ:-

ବୈଠକରେ ରିଜର୍ଭ ପୋଲିସ ଇନସ୍ପେକ୍ଟର ଆର ବିଜରତ୍ନମ କହିଛନ୍ତି, ବିଭିନ୍ନ ପୁଜା ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣରେ ଫୋର୍ସ ମୁତୟନ କରି ମ୍ୟାନେଜମେଣ୍ଟ କରିବା ସମ୍ଭବ ନୁହେଁ । ତେଣୁ ପ୍ରତିଟି ପୁଜା ମଣ୍ଡପରେ ପର୍ଯାପ୍ତ ଅଞ୍ଚଳ ବାରିକେଡ ପାଇଁ ସେ ଥାନାଧିକାରୀଙ୍କୁ ଗୁରୁତ୍ବ ଦେବାକୁ କହିଛନ୍ତି । ଫଳରେ ଲୋକଙ୍କୁ ଫୋର୍ସ ଜଗିବା ସମ୍ଭବ ନକରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କୁ ମୁତୟନ କରିହେବ । ନୟାପଲ୍ଲୀ ,ରସୁଲଗଡ ,ବରମୁଣ୍ଡା ଭଳି ଜନଗହଳି ସ୍ଥାନଗୁଡିକରେ ଏନ୍ଏଚ ଉପରେ ଥିବାରୁ ଲୋକ କେଉଁଠି ପାରିବେ ଯିବା ଆସିବା କରିବେ । ଯାହାକୁ ଫୋର୍ସ ଅଟକାଇବା ସମ୍ଭବ ନୁହେଁ । ବ୍ୟାରିକେଡ଼ ହେଲେ ଫୋର୍ସ ଡିପ୍ଲୋୟମେଣ୍ଟ କମ କରିବେ । ତେବେ ଯେଉଁମାନେ ପୋଲିସ ଡ୍ୟୁଟିରେ ରହିବେ, ସେମାନେ ଠିକ ସମୟରେ ରିପୋର୍ଟ କରିବେ । ୩୦ପ୍ରତଶତ ପୋଲିସ ସଠିକ ସମୟରେ ରିପୋର୍ଟ କରୁନାହାନ୍ତି । ଆଉ ହସ ହସ ମୁହଁରେ ଲୋକଙ୍କୁ ସେବା ଯୋଗାଇ ଦେବେ, ଯେପରି ସାଧାରଣ ଲୋକ ପୋଲିସଠାରୁ ଉତ୍ତମ ଅନୁଭୁତି ପାଇପାରିବେ ।

  • ବିନା ଲାଇସେସରେ ଫୁଟିବା ନାହିଁ ବାଣ

ଏଥର ପୁଜା ସମୟରେ ବାଣ ଫୁଟିବା ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଏପରିକି ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ତିନି ପ୍ରକାର ଅନୁମତି ନେବାକୁ ପଡିବ । ଅର୍ଥାତ୍ ପ୍ରଥମ ପୂଜା ପେଣ୍ଡାଲ ପାଇଁ ଲାଇସେନ୍ସ, ଦ୍ବିତୀୟ ଭସାଣି ଓ ଶୋଭାଯାତ୍ରା କିମ୍ବା ରୋଷଣି କରିବା ପାଇଁ । ତୃତୀୟରେ ରାବଣପୋଡି ପାଇଁ ଅଲଗା ଲାଇସେନ୍ସ ନେବେ । ଏଥିସହ ଭସାଣି ବେଳେ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି । ଅର୍ଥାତ୍ ଭସାଣି ଅନୁମତିରେ ବାଣ ଫୁଟାଇବାକୁ ଅନୁମତି ନହିଁ । ଏନେଇ ସ୍ଥାନୀୟ ଥାନାଧିକାରୀ ସେମାନଙ୍କ ଅଞ୍ଚଳର ଏସବୁ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଆଗୁଆ ପୂଜା ମଣ୍ଡପ କର୍ତ୍ତୃପକ୍ଷ ବା କମିଟିଙ୍କୁ ଅବଗତ କରାଇବେ‌ । ରୋଷଣି ସମୟରେ କୋୖଣସି ସାଉଣ୍ଡ ବାଜି ପାରିବନହିଁ । କେବଳ ପାରମ୍ପରିକ ବାଦ୍ୟରେ ଭସାଣି ବା ଶୋଭାଯାତ୍ରା କରିପାରିବେ । ପୂଜା ସମୟରେ ଅର୍ଥାତ୍ ମେଲୋଡିରେ 65 ଡେସିମଲରୁ ଅଧିକ ଶବ୍ଦର ସାଉଣ୍ଡ ବଜାଇପାରିବେ ନାହିଁ । ଏହି ସବୁ କ୍ଷେତ୍ରରେ କୌଣସି ସ୍ଥଳେ ନିୟମ ଉଲ୍ଲଂଘନ ସାମ୍ନାକୁ ଆସିଲେ, ପୋଲିସ ଆକ୍ସନ ନେବାକୁ ପଛଘୁଞ୍ଚା ଦେବନାହିଁ ।

  • ଟ୍ରାଫିକ କ୍ଲିୟର ପାର୍କିଂକୁ ଗୁରୁତ୍ବ

ପୂଜା ସମୟରେ ଅର୍ଥାତ ଷଷ୍ଠୀ ପରଠୁ ଦଶମୀ ଓ ଭସାଣି ପର୍ଯନ୍ତ ଟ୍ରାଫିକ ଜାମ ଏକ ସମସ୍ୟା ଥାଏ । ତାକୁ ସୁଧାରିବାକୁ ଏଥର ବିଭିନ୍ନ ଦିଗ ପ୍ରତି ପୋଲିସ ଧ୍ୟାନ ଦେବାକୁ ଟ୍ରାଫିକ ଓ ଥାନାଧିକାରୀଙ୍କୁ ଅବଗତ କରାଯାଇଛି ।ବିଶେଷ କରି ଏନଏଚ ଉପରେ ଥିବା ପୂଜା ମଣ୍ଡପଗୁଡିକ ସଠିକ ବ୍ୟାରିକେଡ଼ ସହ ଜାତୀୟ ରାଜପଥରେ ଗୋଟିଏ ପାର୍ଶରୁ ଲୋକଙ୍କୁ ଅନ୍ୟପାର୍ଶକୁ ମନ ଇଛା ଛାଡ଼ିବେ ନହିଁ । ଫୁଟ ଓଭରବ୍ରିଜକୁ ଲୋକେ ରାସ୍ତାପାର ହେବା ପାଇଁ ବ୍ୟବହାର କରିବେ । ପର୍ଯ୍ୟାପ୍ତ ଭଲ୍ୟୁଣ୍ଟିୟରଙ୍କ ଜରିଆରେ ଭିଡକୁ ନିୟନ୍ତ୍ରଣ କରି ରାସ୍ତା ଉପରେ ଗାଡି ମୋଟର ଯିବା ଆସିବା ଉପରେ ଯେପରି ପ୍ରତିବନ୍ଧକ ନ ଆସିବ ଗୁରୁତ୍ବ ଦିଆଯାଇଛି । ସେଥିପାଇଁ ରାସ୍ତା ଉପରେ ପାର୍କିଂକୁ ଅନୁମତି ଦେବେନାହିଁ । ପର୍ଯ୍ୟାପ୍ତ ପରିମାଣରେ ଲୋକଙ୍କୁ ପାର୍କିଂ ପାଇଁ ସୁବିଧା ଦେବାକୁ ପୁଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ । ଲୋକେ ଏଣେତେଣେ ପାର୍କିଂ ନକରିବାକୁ ପର୍ଯ୍ୟାପ୍ତ ଭଲ୍ୟୁଣ୍ଟିୟର ଓ ପୋଲିସ ସମନ୍ବୟ ରଖି ଏଥିପ୍ରତି ଧ୍ୟାନ‌ଦେବା ପାଇଁ ଗୁରୁତ୍ବ ଦେବେ ।

  • ଆଲର୍ଟ ରହିବେ ଫାୟାର ଓ ଓଡ୍ରାଫ

ପୂଜା ସମୟରେ ସମସ୍ତ ବିଭାଗର ଅଫିସରଙ୍କ ସହ ଥାନାଧିକାରୀ ଯୋଗାଯୋଗ ରହିବେ । ବାରମ୍ବାର ମଣ୍ଡପ ବୁଲି ସେସବୁ ସଠିକ ତଥ୍ୟ ପୋଲିସ ହେଡକ୍ବାଟରେ ଜଣାଇବେ‌ । ସେହି ଅନୁସାରେ ଫୋର୍ସ ଡିପ୍ଲୋୟମେଣ୍ଟ କରାଯିବ ।ବିଶେଷ କରି ଫାୟାର ଡିପାର୍ଟମେଣ୍ଟର ଅଗ୍ନିଶମ ଗାଡି ଓ କର୍ମଚାରୀ ସହ ଓଡ୍ରିଫ ଟିମ୍ ମଧ୍ୟ ଆଲର୍ଟ ରହିବେ । ଓଡ୍ରାଫ ଫାୟାର ଇଲେକ୍ଟ୍ରି ବାରମ୍ବାର ମଣ୍ଡପ ପାଖରେ ଯେପରି ଲାଇଟି ବ୍ୟବସ୍ଥା ଦୁଇପ୍ରକାର କରିବେ । ଅର୍ଥାତ ବ୍ୟାପକ ପାଇଁ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବେ ।

  • ଅପରାଧୀଙ୍କ ଉପରେ ନଜର:-

ଚୋରି, ଛିନତାଇ ଓ ମଣ୍ଡପରେ ଅପରାଧୀଙ୍କ ଉତ୍ପାତ ଉପରେ ସ୍ବତନ୍ତ୍ର‌ ଧ୍ୟାନ ଦିଆଯିବ । ଲୋକଙ୍କ ଛୁଟି ସମୟରେ ଅନୁପସ୍ଥିତ ଦେଖି ସେମାନଙ୍କ ଘର କିପରି ସୁରକ୍ଷିତ ରହିବ ଡବଲ ଲକ ଓ ଘରକୁ ସୁରକ୍ଷିତ ଭାବେ କିପରି ରହିବ ଧ୍ୟାନ ଦେବେ । ଚୋର ଓ ଡକାୟତି ଉପରେ କଡ଼ା ନଜର ସହ ସ୍ପେଶାଲ ସ୍କ୍ବାଡ ଓ ଟିମ 60 ଆଲର୍ଟ ରହିବା ସହ ଅପରାଧୀଙ୍କ ଉପରେ ନଜର ରହିବ । କିଛି ଅପରାଧିଙ୍କ ଉପରେ ମଧ୍ୟ ପୋଲିସ ସେମାନଙ୍କ ଉପରେ ନଜର‌ ରଖି ମଧ୍ୟ ପୁଜା ସମୟରେ ତଡିପାର, ‘ଏନଏସଏ’ ଓ ବିଭିନ୍ନ କ୍ଷେତ୍ରରେ ଆଗୁଆ ଗିରଫଦାରୀ ଉପରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ଡିସିପି ପ୍ରତିକ ସିଂ ସୁଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.