କୋରୋନା ପାଇଁ ଫିକା ପଡିଲା ସନିଶ୍ଚରଙ୍କ ଜନ୍ମ ଉତ୍ସବ - jajpur lockdown
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7028620-thumbnail-3x2-jajpur-jp.jpg)
ଯାଜପୁର: ସନିଶ୍ଚରଙ୍କର ପବିତ୍ର ଜନ୍ମ ମହୋତ୍ସବ । ସେଥିପାଇଁ ପ୍ରତିବର୍ଷ ଯାଜପୁର ଦାନଗଦି ବ୍ଳକ ରାଛିପୁର ଠାରେ ଥିବା ପ୍ରସିଦ୍ଧ ସନିଶ୍ଚର ମନ୍ଦିରରେ ଲକ୍ଷଧିକ ଶ୍ରଦ୍ଧାଳୁଙ୍କ ର ଭିଡ଼ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଯାଜପୁରରେ କୋରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଥମ ଥର ପାଇଁ ଗ୍ରହରାଜଙ୍କର ମେଳା ଓ ମହୋତ୍ସବକୁ ପୂଜା କମିଟି ପକ୍ଷରୁ ବାତିଲ କରାଯାଇଛି । ମନ୍ଦିର ଚାରିପଟେ ବାଉଁଶ ବାରିକେଟ କରି ମନ୍ଦିରକୁ ସିଲ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରଵେଶ କରିବାକୁ ଦିଆଯାଉ ନାହିଁ। ଏଥିପାଇଁ ଆଗୁଆ ଡ଼ାକବାଜି ଯନ୍ତ୍ର ସାହଯ୍ୟରେ ପ୍ରଚାର ମଧ୍ୟ କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଏହି କଟକଣାକୁ କଡାକଡି କରାଯାଇଛି। ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଏଠାରେ ସନିଶ୍ଚରଙ୍କର ମେଳା ଜାକଜମକରେ ପାଳିତ ହୋଇଥାଏ । ତେବେ ଏହି ମନ୍ଦିରରେ କିଭଳି ଚଳିତ ଥର ପୂଜା କରାଯାଇଛି ସେନେଇ ମୁଖ୍ୟ ପୂଜାରୀ ଓ କମିଟିର ସଦସ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି।