ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଲୁଟ, CCTVରେ କଏଦ ହେଲା ଦୃଶ୍ୟ

By

Published : Aug 28, 2022, 7:56 AM IST

thumbnail

ସମ୍ବଲପୁର: ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଲୁଟ । ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ପେଟ୍ରୋଲ ପମ୍ପରୁ 2 ଦୁର୍ବୃତ୍ତ ଭୁଜାଲି ଦେଖାଇ ୪୫ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି । ତେବେ, ଲୁଟ ସମୟ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ତେବେ ଏ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଲକ୍ଷ୍ମୀ ଡୁଙ୍ଗରୀ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ୨ ଜଣ ବ୍ୟକ୍ତି ମୁହଁରେ ମୁଖା ବାନ୍ଧି ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ପରେ ଭୁଜାଲି ଦେଖାଇ ଭୟଭୀତ କରି ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ଅଭିଯୋଗ ହୋଇଛି । କ୍ଷେତରାଜପୁର ପୋଲିସ ଏନେଇ ଅଧିକ ତଦନ୍ତ କରିବା ସହ ସିସିଟିଭି ଭିଡିଓ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.