ଆସାମରେ ଶୁଭିଲା ଜଗାର ଜୟ ଜୟକାର, ବନ୍ୟାପାଣିରେ ମହାପ୍ରଭୁଙ୍କ ରଥ ଟାଣିଲେ ଭକ୍ତ

🎬 Watch Now: Feature Video

thumbnail

By

Published : Jul 3, 2022, 7:43 PM IST

ଗୌହାଟୀ: ବନ୍ୟାଜଳରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ । ଆଣ୍ଠୁଏ ପାଣିରେ କାଳିଆ ସାଆନ୍ତେଙ୍କ ରଥ ଟାଣିନେଲେ ଶ୍ରଦ୍ଧାଳୁ । ଏହି ଦୃଶ୍ୟ ଓଡିଶାର କୌଣସି ଅଞ୍ଚଳର ନୁହେଁ, ବରଂ ବନ୍ୟା ପ୍ରଭାବିତ ପଡୋଶୀ ଆସାମ ରାଜ୍ୟ ସିଲଚରର । ବର୍ତ୍ତମାନ ସିଲଚର ବିଷମ ବନ୍ୟାସଙ୍କଟ ସହ ଯୁଝୁଥିବାବେଳେ ଏଠାରେ କିଛି ଜଗନ୍ନାଥ ପ୍ରେମୀ ରଥଯାତ୍ରା ପାଳନ କରିଛନ୍ତି । ରଥରେ କାଳିଆ ଠାକୁର, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାକୁ ବସାଇ ବନ୍ୟାପାଣି ଭିତରେ ରଥ ଟାଣିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଦେଖନ୍ତୁ ଏହି ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.