ମାଲକାନଗିରିରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା - ମାଲକାନଗିରି ରଥଯାତ୍ରା
🎬 Watch Now: Feature Video
ମାଲକାନଗିରି: ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ଧାଡି ପହଣ୍ଡିରେ ତିନି ଠାକୁର ଆସି ରଥାରୂଢ ହେବାପରେ ମାଲକାନଗିରି ଜିଲ୍ଲାପାଳ ଭିସାଲ୍ ସିଂହ ରାଜକୀୟ ବେଶଭୂଷାରେ ରଥ ପରିକ୍ରମାକରି ରଥ ଉପରେ ଛେରାପହଁରା ଦେଇଥିଲେ । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହୋଉଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଭରି ରହିଥିଲା । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୁମଧାମରେ ରଥଯାତ୍ରା ପାଳନ କରାଯାଇଥିବା ବେଳେ ବଣ୍ଡାଘାଟି ମୁଦୁଲିପଡା ଠାରେ ବଣ୍ଡା ଜନଜାତିର ଲୋକମାନେ ମଧ୍ୟ ଆନନ୍ଧର ସହ ରଥ ଟାଣିଥିଲେ ।