ଭାରତ ନେପାଳ ସମ୍ପର୍କ ନେଇ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା - ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା
🎬 Watch Now: Feature Video
ପୁରୀ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ-ନେପାଳ ସମ୍ପର୍କରେ ଆସିଥିବା ବିବାଦକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି। ଉଭୟ ଦେଶ ମଧ୍ୟରେ ସାମାଜିକ, ସାସ୍କୃତିକ, ଧାର୍ମିକ ବିଚାରର ପ୍ରତିନିଧିଙ୍କ ବୈଠକ ଡକାଯାଉ ଏବଂ ପ୍ରତିନିଧିଙ୍କ ସହ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଉ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ୱତୀ। ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଉ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ପୂର୍ବ ଭଳି ସୁମଧୂର ସମ୍ପର୍କ ରହି ପାରିବ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି କଥା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ