ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଭାବ ବିହ୍ବଳ ଗଜପତି, କଣ କହିଲେ ଶୁଣନ୍ତୁ.. - sc order
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7726722-thumbnail-3x2-puri.jpg)
ପୁରୀ: ରାତି ପହିଲେ ରଥଯାତ୍ରା । ତେବେ କିଭଳି ରଥଯାତ୍ରା ନୀତି କାନ୍ତି ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଛତିଶା ନିଯୋଗ ବୈଠକ। ଆଇନି ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ 36 ନିଯୋଗର ସଦସ୍ୟ ଉପସ୍ଥିତ ଅଛନ୍ତି। ତେବେ ଗଜପତି ମହାରାଜା ବୈଠକ ଆରମ୍ଭରେ ଭାବ ବିହ୍ଵଳ ହୋଇଯାଇ ଥିଲେ। ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ବଦଳାଇ ରଥଯାତ୍ରା ଅନୁମତି ଦେବା ମହାପ୍ରଭୁଙ୍କ ଚମତ୍କାରିତା ବୋଲି ଗଜପତି କହିଛନ୍ତି। ଭକ୍ତ ଓ ସେବାୟତ ପ୍ରାର୍ଥନା ଶୁଣି ମହାପ୍ରଭୁ ଅସମ୍ଭବକୁ ସମ୍ଭବ କରି ଦେଇ ଥିବା ଗଜପତି ମହାରାଜା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ