Lok Sabha: ନୂଆପଡାରେ ପୋଷ୍ଟ ଅଫିସ ମୁଖ୍ୟାଳୟ ଖୋଲାଯାଉ: ସାଂସଦ ବସନ୍ତ ପଣ୍ଡା - ସାଂସଦ ବସନ୍ତ ପଣ୍ଡାଙ୍କ ଲୋକସଭାରେ ଦାବି
🎬 Watch Now: Feature Video

ନୂଆଦିଲ୍ଲୀ: ଲୋକସଭା (Lok Sabha) ରେ ଉଠିଲା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରସଙ୍ଗ । ଉଭୟ ଜିଲ୍ଲାରେ ପୋଷ୍ଟ ଅଫିସ ସେବା ଓ ସମସ୍ୟାକୁ ନେଇ ଦାବି ଉଠାଇଛନ୍ତି ସାଂସଦ ବସନ୍ତ ପଣ୍ଡା (MP Basant Panda) । ଆଜି ଶୁନ୍ୟକାଳ (Zero Hours) ରେ ସାଂସଦ ପଣ୍ଡା କହିଛନ୍ତି, "ନୂଆପଡା ଜିଲ୍ଲାରେ 38 ଟି ପୋଷ୍ଟ ଅଫିସ ଖୋଲିବା ପାଇଁ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ଆଇଟି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମୋର ସଂସଦୀୟ କ୍ଷେତ୍ରର ଉଭୟ ଜିଲ୍ଲା ନୂଆପଡା କଳାହାଣ୍ଡି ଜିଲ୍ଲା ଆଙ୍କାକ୍ଷି ଜିଲ୍ଲାରେ ରହିଛି । ନୂଆପଡା (Nuapada) ଜିଲ୍ଲାରେ ଥିବା ପୋଷ୍ଟ ଅଫିସ ଗୁଡିକ ପୁରୁଣା ହୋଇଗଲାଣି । ଏହାସହ ଜିଲ୍ଲାରେ ପୋଷ୍ଟ ଅଫିସର ମୁଖ୍ୟାଳୟ(Post office headquarters) ନାହିଁ । ଯାହାର ଆବଶ୍ୟକତା ରହିଛି ।" ତେଣୁ ନୂଆପଡା ଜିଲ୍ଲାରେ ପୋଷ୍ଟ ଅଫିସ ମୁଖ୍ୟାଳୟ ସହ ପାସପୋର୍ଟ କାର୍ଯ୍ୟାଳୟ ମଧ୍ୟ ଖୋଲିବାକୁ ଦାବି କରିଛନ୍ତି ସାଂସଦ ।