Clean India: ଟନେଲରେ ପ୍ଲାଷ୍ଟିକ ଉଠାଇ ସ୍ବଚ୍ଛତା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି ଖବର
🎬 Watch Now: Feature Video

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାନଡିଟ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ ଓ 5ଟି ଅଣ୍ଡର ପାସକୁ ଲୋକାର୍ପଣ କରିଛନ୍ତି । ଏହି କରିଡରର ନିର୍ମାଣ ଲାଗି 920 କୋଟି ଟଙ୍କା ଖର୍ଚ୍ଚ ହୋଇଛି । କରିଡରକୁ ବୁଲି ଦେଖିବା ସମୟରେ ସ୍ବଚ୍ଛତାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟନେଲ ଭିତରେ ପଡିଥିବା କିଛି ଆବର୍ଜନା ଓ ପ୍ଲାଷ୍ଟିକ ବୋତଲ ଉଠାଇଥିବା ଦେଖିବାକୁ ମିଳିଛି ।