WATCH VIDEO: ଗାଁରେ ପଶି ପୋଷା କୁକୁରକୁ ଚିତାବାଘର ଆକ୍ରମଣ

By

Published : Jun 7, 2022, 4:44 PM IST

thumbnail
ମୁମ୍ବାଇ: ମହାରାଷ୍ଟ୍ର ନାସିକ ନିକଟ ମୁଙ୍ଗସାରେ ଗ୍ରାମରେ ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ । ଏହି ଗାଁରେ ଚିତାବାଘ ପଶି ଏକ ପୋଷା କୁକୁର ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । କିଛି ସମୟ କୁକୁର ଓ ଚିତାବାଘ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଉପୁଜିଥିଲା । ଏହା ପରେ ଚିତାବାଘଟି ଦୌଡି ପଳାଇଥିଲା । ପୋଷା କୁକୁରଟି ଘରର ପାଚେରୀ ଉପରେ ଶୋଇଥିବାବେଳେ ଚିତାବାଘକୁ ଦେଖି ଜୋରରେ ଭୋକିବାକୁ ଲାଗିଥିଲା । ଏହାପରେ ଚିତାବାଘ ଆକ୍ରମଣରେ କୁକୁରର ମୃତ୍ୟୁ ଘଟିଥିଲା ଏହି ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ଘଟିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ରାତିରେ ଘର ମଧ୍ୟରେ ରହିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି ବୋଲି ଡେପୁଟି ଫରେଷ୍ଟ ରେଞ୍ଜର ପଙ୍କଜ ଗର୍ଗ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.