ବାବ୍ରୀ ମସଜିଦ ଢାଞ୍ଚା ବିଧ୍ବସଂ ରାୟ ପରେ ବାରଣାସୀରେ ଉତ୍ସବର ମାହୋଲ, ଦେଖନ୍ତୁ... - ବାବ୍ରୀ ମସଜିଦ ଢାଞ୍ଚା ବିଧ୍ବସଂ ରାୟ ପରେ ବାରଣାସୀରେ ଉତ୍ସବର ମାହୋଲ

🎬 Watch Now: Feature Video

thumbnail

By

Published : Sep 30, 2020, 4:34 PM IST

ଲକ୍ଷ୍ନୌ: ଦୀର୍ଘ 28 ବର୍ଷପରେ ବହୁ ପ୍ରତିକ୍ଷିତ ବାବ୍ରୀ ମସଜିଦ ଢାଞ୍ଚା ବିଧ୍ବସଂ ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲରେ ମୋଟ 49 ଜଣ ଥିବାବେଳେ 19 ଜଣଙ୍କ ପରଲୋକ ଘଟିଛି । ଆଜି ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ 32 ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଏଲ କେ ଆଡଭାନୀ ଓ ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଓ ବିନୟ କଟିଆର ଦୋଷମୁକ୍ତ ହୋଇଛନ୍ତି । ସାରା ଦେଶରେ ଏହାକୁ ନେଇ ଉତ୍ସବ ମୁଖର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ବାଣ ଫୁଟିବା ସହ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା । ଏହା ସହ ମିଠା ବାଣ୍ଟି ଏହି ରାୟକୁ ଜୋରଦାର ସ୍ବାଗତ କରାଯାଇଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.