କାଳବୈଶାଖୀ ପ୍ରଭାବ: ଜଗତସିଂହପୁରରେ ପବନ ସହ ବର୍ଷା, ଉପୁଡିଲା ଗଛ - ଜିଲ୍ଲାରେ ପବନ ସହିତ ବର୍ଷା
🎬 Watch Now: Feature Video
ଜଗତସିଂହପୁର: ଜଗତସିଂହପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ହୋଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ଅନୁଭୂତ ହୋଇଛି । ଯାହାକୁ ନେଇ ପ୍ରବଳ ତାତିରୁ ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଆଜି ଦିନ ତମାମ ପ୍ରବଳ ରୌଦ୍ରତାପରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହିତ ପବନ ବୋହିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିବା ସହିତ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ମୋଟାମୋଟି ଭାବେ କାଳବୈଶାଖୀ ପ୍ରବଳ ଗରମରୁ ଆଶ୍ବସ୍ତି ଆଣି ଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ