MANGALA ALATI: ପତିତପାବନଙ୍କ ମଙ୍ଗଳ ଆଳତି, ଦେଖନ୍ତୁ ମନଲୋଭା ଦୃଶ୍ୟ - ପତିତପାବନଙ୍କ ମଙ୍ଗଳ ଆଳତି
🎬 Watch Now: Feature Video

ବଡ ଠାକୁରଙ୍କ ପାଖରେ ବଡି ଭୋରରୁ ଆରମ୍ଭ ହୋଇଯାଇଛି ମଙ୍ଗଳ ଆଳତି । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ସୃଷ୍ଟିକର୍ତ୍ତାଙ୍କ ପାଖରେ କରାଯାଇଛି ପୂଜାର୍ଚ୍ଚନା । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା କାର୍ଯ୍ୟ କରାଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି । ତେବେ ଏହି ଆଳତିର ଦୃଶ୍ୟ ଭକ୍ତଙ୍କ ମନରେ ଆଣିଦିଏ ଭକ୍ତିପୁତ ଭାବ ।