ଜାଡରେ ଥରୁଛି ସାରା କନ୍ଧମାଳ: ଫୁଲବାଣୀ, ଦାରିଙ୍ଗବାଡ଼ିରେ ଆଜିବି ତୁଷାରପାତ - କନ୍ଧମାଳରେ ଶୀତର ଲହରୀ
🎬 Watch Now: Feature Video

ଫୁଲବାଣୀ: ଜାଡରେ ଥରୁଛି ସାରା କନ୍ଧମାଳ। ଜିଲ୍ଲାରେ ଶୀତର ଲହରୀ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବରେ ଦୁଇ ଦିନ ହେଲା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳୁଛି । ସେହିଭଳି ଗତକାଲି ଫୁଲବାଣୀରେ 4 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଆଜି 3.6 ଡିଗ୍ରୀ ସେଲସିୟସ ତାପମାତ୍ରା ଅଛି । ଏପଟେ ଗତକାଲି ଦାରିଙ୍ଗବାଡିରେ 3.5 ଡିଗ୍ରୀ ତାପମାତ୍ରା ଥିବାବେଳେ ଆଜି 4.5 ଡିଗ୍ରୀ ସେଲସିୟସ ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ଦୁଇରୁ ତିନି ଦିନ ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳିବ ।