ଜେଲରୁ ମୁକୁଳିଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ, କହିଲେ ଯୁଗେ ଯୁଗେ ସତ୍ୟର ଜୟ ହୋଇଛି - ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ
🎬 Watch Now: Feature Video
ଭୁବନେଶ୍ବର: ପ୍ରାୟ ଦୁଇ ମାସ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଥିଲେ । ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିବା ପରେ ଅର୍ଦ୍ଧେନ୍ଦୁଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅର୍ଦ୍ଧେନ୍ଦୁ କହିଛନ୍ତି, ଯୁଗେ ଯୁଗେ ସତ୍ୟ ଓ ଧର୍ମର ଜୟ ହୋଇଛି । ସାଢେ ୪ କୋଟି ଓଡିଆ ଏ ସମୟରେ ତାଙ୍କ ସହ ଛିଡା ହୋଇଥିବାରୁ ସେ ସେମାନଙ୍କ ପାଖରେ ଋଣୀ । ତେବେ ସେ ଯାହା କହିବା କଥା କାଳିଆଙ୍କ ପାଖକୁ ଯାଇ ତାଙ୍କ ନିକଟରେ ଜଣାଇବେ ବୋଲି ମଧ୍ୟ କହିଛନ୍ତି । ଦେଖନ୍ତୁ ଭିଡିଓ
ଇଟିଭି ଭାରତ, ଭୁବନେଶ୍ବର