Odisha Investors Meet: IT ଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି - ଓଡ଼ିଶା ନିବେଶକ ସମ୍ମିଳନୀରେ ମନୋଜ ମିଶ୍ର
🎬 Watch Now: Feature Video
ହାଇଦ୍ରାବାଦ: ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ ପଞ୍ଚମ ତଥା ଶେଷ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ଏବଂ ଶିଳ୍ପ ସଂଘ ଫିକିର ମିଳିତ ଆନୁକୂଲ୍ୟରେ ସଫଳତାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ରାଜ୍ୟ IT ଓ ଇଲେକ୍ଟ୍ରୋନିକ୍ସ ସଚିବ ମନୋଜ ମିଶ୍ର ରାଜ୍ୟରେ IT କମ୍ପନୀଗୁଡ଼ିକ ପାଇଁ ଥିବା ଭିତ୍ତିଭୂମିକୁ ନେଇ ଆଲୋଚନା କରିଛନ୍ତି । ରାଜ୍ୟରେ ୭୫୦ ଏକର ଭିତ୍ତିଭୂମି IT ଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ ପାଇଁ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ମନୋଜ ମିଶ୍ର ।